ବାରିପଦା, (ସବୁ୍ୟ) : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ଦ୍ୱାରଶୁଣୀ ଘାଟୀରେ ଏକ ବସ-ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ବସ ଯାତ୍ରୀଙ୍କର ମୃତୁ୍ୟ ଘଟିଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପାଇଁ ରାସ୍ତା କିଛି ସମୟ ପାଇଁ ଜାମ ହୋଇଥିଲାବେଳେ ବାଙ୍ଗିରିପୋଷି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହିତ ସ୍ୱାଭାବିକ୍ ଗମନାଗମନ ବ୍ୟବସ୍ଥା କରାଯାଇଥିଲା । ସମ୍ବଲପୁରରୁ ମୁର୍ଶିଦାବାଦ ମିସ୍ତ୍ରୀ ଦଳ ଇଦପର୍ବ ପାଳନ ପାଇଁ ରିଜର୍ଭ ବସରେ ଘରକୁ ଫେରୁଥିବାବେଳେ ଭୋରରେ ଏକ ଆଇରନ୍ ପଥର ବୋଝେଇ ଟ୍ରକ ପଛରେ ଧକ୍କା ଦେଇଥିଲା । ଫଳରେ ବସରେ ଘରକୁ ଫେରୁଥିବାବେଳେ ଭୋରରେ ଏକ ଆଇରନ୍ ପଥର ବୋଝେଇ ଟ୍ରକ୍ ପଛରେ ଧକ୍କା ଦେଇଥିଲେ । ଫଳରେ ବସରେ ଥିବା ଜଣଙ୍କର ମୃତୁ୍ୟ ଘଟିଥିବାବେଳେ ଅନ୍ୟ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଏଠାରେ ସୂଚନା ଅନୁଯାୟୀ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ପଠାଇ ଦିଆଯାଇଥିବା ବେଳେ ମୃତକ ମୁଶୀର୍ଦାବାଦ ଅଞ୍ଚଳର ବୋଲି ଜଣାପଡିଛି ।