ଗଞ୍ଜାମ: ଗଞ୍ଜାମ ଥାନା ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକଟସ୍ଥ ୧୬ ନମ୍ବର ଜାତୀୟରାଜପଥ ଫୌଜି ମାର୍କେଟ ସମ୍ମୁଖରେ ମଧ୍ୟାହ୍ନ ସମୟରେ ଏକ ସଡକ ଦୃଘଟଣାରେ ଜଣ ଗୁରୁତ୍ତର ଆହତ ହୋଇ ବ୍ରହ୍ମପୁର ମେଡିକାଲ ରେ ଚିକିଶ୍ଚିତ ହେଉଥିବା ଜଣାପଡିଛି।ପ୍ରାପ୍ତ ସୂଚନାନୁଯାୟୀ ଓଡି୦୭-୩୪୪୫ ନମ୍ବର ବିଶିଷ୍ଟ ଏକ ବାଇକ ସହ ଏମ୍ ଏଚଓ୧ଦିଇ୮୪୨୨ ନମ୍ବର ବିଶିଷ୍ଟ ଏକ କାର ସହ ଦୃଘଟଣା ଘଟିଥିଲା।ବାଇକ ରେ ଆରୋହି ସିପକୁଦା ଗ୍ରାମର ସଞ୍ଜୟ ନାହାକ ଓ କଣ୍ଟାପଡା ମଠମକୁନ୍ଦପୁର ଗ୍ରାମର ପ୍ରିୟା ନାହାକ ରାସ୍ତା ଉପରେ ଛିଟିକି ପଡି ଗୁରୁତ୍ତର ଆହତ ହୋଇଥିଲେ।କାରରେ ଆରୋହି ସେନାବାହିନୀ ରେ କାର୍ଯ୍ୟରତ ବ୍ୟକ୍ତି ତାଙ୍କୁ ତୁରନ୍ତ କାରରେ ବ୍ରହ୍ମପୁର ମେଡିକେଲ କୁ ଚିକିତ୍ସା ନିମନ୍ତେ ନେଇଥିଲେ।