ବୈଶିଙ୍ଗା–୨୦/୪–ବୈଶିଙ୍ଗା ଥାନା ଅଧୀନ ମହାତ୍ମା ଗାନ୍ଧୀ କଲେଜ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜନୈକ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ୧୮ ନଂ ଜାତୀୟ ରାଜପଥର ନଛିପୁରିଆ ଛକ ନିକଟରେ ଫୋର ଲେନ ର ପାସିଂ ସ୍ଥାନ ନଥିବାରୁ ରାସ୍ତା ପାରି ହେଉଥିବା ବେଳେ ଏହି ଅପରିଚିତ ବ୍ୟକ୍ତି(୫୮)ଙ୍କୁ କୌଣସି ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକ ମାନେ ଖବର ପାଇ ବୈଶିଙ୍ଗା ପୁଲିସକୁ ଖବର ଦେବା ପରେ ପୁଲିସ ସଙ୍ଗେ ସଙ୍ଗେ ଆହତଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଆସିଥିଲେ। ଉପସ୍ଥିତ ଡାକ୍ତର ମୃତ ଘୋଷଣା କରିଥିଲା ବେଳେ ଖବର ଲେଖା ହେବା ବେଳକୁ ପରିଚୟ ମିଳି ପାରିନଥିଲା।