Odisha news

ବାଇକ୍ ଦୁର୍ଘଟଣାରେ ଯୁବକ ମୃତ

0

ବୁଗୁଡ଼ା : ତା ୦୮/୦୩/୨୨ :  ବୁଗୁଡ଼ା ଥାନା ଅନ୍ତର୍ଗତ ଠଣାପଲ୍ଲୀ ଛକରେ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣା ପଡିଛି l ମୃତ ଯୁବକ ଜଣକ ହେଲେ ବୁଗୁଡ଼ା ବ୍ଲକ ଭଗବାନପୁର ପଞ୍ଚାୟତ ଅନ୍ତର୍ଗତ ପୁରୁଣା ପାଣିକେଶ୍ୱର ଗ୍ରାମର ଦୀନବନ୍ଧୁ ଗୌଡ଼ଙ୍କ ପୁଅ ଗୁରୁଦେବ ଗୌଡ଼ (୨୧) ଓ ଆହତ ଯୁବକ ହେଲେ ମହୁଲପଲ୍ଲୀ ଗ୍ରାମର କାର୍ତ୍ତିକ ସାହୁ l ଗୁରୁଦେବ ଓ କାର୍ତ୍ତିକ ଆଜି ସକାଳ ସାଢେ ଦଶଟା ବେଳେ ବାଇକ ଯୋଗେ ଘରୁ ବାହାରି ବେଲଗୁଣ୍ଠା ଯାଇ ଅପରାହ୍ନ ୪ଟା ସମୟରେ ଫେରୁଥିବା ବେଳେ ଠଣାପଲ୍ଲୀ ଛକରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫରମର ବାଡ଼ରେ ପିଟି ହୋଇଯାଇଥିଲେ l ଶକ୍ତ ଧକ୍କାରେ ଟ୍ରାନ୍ସଫରମର ଚାରିପଟେ ବେଢା ଯାଇଥିବା ସିମେଣ୍ଟ ପୋଲ ଉପୁଡି ପଡି ଥିଲା l ଦୁର୍ଘଟଣାରେ ବାଇକ ଚାଳକ ଗୁରୁଦେବର ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ କାର୍ତ୍ତିକଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା l ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ବୁଗୁଡ଼ା ଡାକ୍ତରଖାନାକୁ ଆଣିଥିଲେ ହେଁ ଡାକ୍ତର ଗୁରୁଦେବଙ୍କୁ ମୃତ ଘୋଷଣା କରିଥିଲେ l ଗୁରୁଦେବ ଗୋଆର ଏକ କମ୍ପାନୀରେ କାମ କରୁଥିବା ବେଳେ ଗତ ମାସରେ ଗାଁ କୁ ଫେରି ଗତ ୨୭ ତାରିଖରେ ନୁଆଁ ବାଇକ କିଣିଥିଲା l

Leave A Reply