ଆଳି ୨୪/୦୨/୨୨ଗୁରୁବାର ଅପରାହ୍ନ ଦୁଇ ଘଟିକା ବେଳେ ଆଳି ଥାନା ଅନ୍ତର୍ଗତ ଅଟାଳ ଗ୍ରାମ ପଞ୍ଚାୟତ ର ଖନ୍ଦୋଳ ଗ୍ରାମର ଗୋବିନ୍ଦ ସୁତାର ଙ୍କ ଝିଅ କୌଶଲ୍ୟା ସୁତାର (୫୫)ନିତ୍ୟକର୍ମ ସାରି ପୋଖରି କୂଳରୁ ଘରକୁ ଫେରିବା ବାଟରେ ଶତୃଘନ ବେହେରା ଙ୍କ ଘର ଆଗରେ ତାଙ୍କୁ OD29 J 0819 ନମ୍ବର ବିଶିଷ୍ଟ ଏକ ଟ୍ରାକ୍ଟର ପଛପଟୁ ଧକ୍କା ଦେଇଥିଲା I ଫଳରେ ସେ ତଳେ ପଡିଯାଇଥିଲେ ଓ ଟ୍ରାକ୍ଟର ଟି ତାଙ୍କ ଗୋଡ ଉପରେ ଚଢ଼ି ଯାଇଥିଲା I ଚକା ତଳେ ଚାପିହୋଇ ଗୋଡ ଦୁଇଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ମୁଣ୍ଡ ପିଟି ହୋଇ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ଓ ଗାଁ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଟିକୁ ଅଟକ ରଖି ପୋଲିସ କୁ ହସ୍ତାନ୍ତର କରିଥିଲେ I ଏତଲା ପାଇ ଆଳି ପୁଲିସ ମେଡିକାଲ୍ ରେ ପହଞ୍ଚି ଶବକୁ ଜବତ କରିଥିବା ବେଳେ ଟ୍ରାକ୍ଟର ଟିକୁ ଜବତ କରି ତଦନ୍ତ ଜାରି ରଖିଛି I