Odisha news

ଉପରମଣି ନାଗ ଘାଟି ରାସ୍ତାରୁ ଓଲଟୀଲା କାର : ଦୁଇ ଗୁରୁତର ଛୋଟ ପିଲା ସମେତ ଚାରି ଆହତ

ସୁରକ୍ଷା ଗାର୍ଡୱାଲ ନିର୍ମାଣ ଦାବି

0
ରଣପୁର : ନୟାଗଡ ଜିଲ୍ଲା ରଣପୁର ଉପରମଣିନାଗ ରାସ୍ତା ର 15ନୋ ଘାଟି ରୁ ରବିବାର ଅପରାହ୍ନ 4ଟା ବେଳେ ଏକ ମାରୁତି ସୁଇଫ୍ଟ କାର ଓଲଟି ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଏକ ଶିଶୁ ସମେତ 4ଜଣ  ଆହତ ହୋଇଛନ୍ତି ଯାହା ଫଳ ରେ ବାରମ୍ବାର ଦୃଘଟଣା  ଘଟୁ ଥିବା ନେଇ ସୁରକ୍ଷା ଗାର୍ଡୱାଲ  ନିର୍ମାଣ କରିବା ନେଇ  ସାଧାରଣ ରେ ଦାବି ହୋଇଛି l
ମିଳିଥିବା ସୂଚନା ଅନୁସାରେ ରବିବାର ଅପରାହ୍ନ 4ଘଂଟିକା  ସମୟ ରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅଞ୍ଚଳ ର ବିଶ୍ୱରଂଜନ ରଣା (35), ସିଲୁ (30) ଶୁଚିସ୍ମିତା (29)ସୁଭଦ୍ରା ରାଉତରାୟ (30) ଅଭିଲିପ୍ସା (9)ବର୍ଷ ର ଝିଅ ସହିତ ଏକ ଚାରି ବର୍ଷ ର ଶିଶୁ ସାଇ ସୁଧାଂଶୁ ଏକ ମାରୁତି ସୁଇଫ୍ଟ କାର ଯାହାର ନମ୍ବର OD02BN6095ଯୋଗେ  ରଣପୁର ର ତଳ  ମାମଣିନାଗ ପୀଠରେ ଏକ ବିବାହ କାର୍ଯ୍ୟ ରେ ଯୋଗ ଦେବାକୁ ଆସି ଉପରମଣିନାଗ ପୀଠ କୁ ବୁଲିବାକୁ ଯାଇଥିଲେ ତେଵେ ଉପରମଣିନାଗ ପୀଠରେ ବୁଲାବୁଲି କରିସାରି ଫେରିବା ବେଳେ ଗଡାଣିଆ 15ନୋ ଘାଟି ରାସ୍ତା ରୁ କାର ଟି ଭାରସ୍ୟାମ ହରାଇ ଓଲଟିପଡିଥିଲା ଯାହାଫଳରେ ରେ ଗାଡି ରେ ଡ୍ରାଇଭର କୁ ମିଶାଇ ବସିଥିବା ଛଅ ଜଣ ସଦସ୍ୟ ଙ୍କ ମଧ୍ୟରୁ ଦୁଇ ଜଣ ଶିଶୁ ଅଭିଲିପ୍ସା ଓ ସୁଧାଂଶୁ ସହିତ ଶୁଚିସ୍ମିତା ଓ ସୁଭଦ୍ରା କାର ଡୋର ପଟେ ଖସି ପଡି 13ନୋ ଘାଟି ରେ ପଡ଼ିଥିଲେ ଏବଂ ବିଶ୍ୱରଂଜନ ଓ ସିଲୁ ଗାଡି ସହିତ ଗଡି gadiw ଆସି 11ନୋ ଘାଟି ରାସ୍ତା ରେ ପଡିଥିଲେ ଯାହାଫଳରେ ଗାଡି ଟି ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ବେଳେ ସଙ୍ଗେ ସଙ୍ଗେ ସ୍ଥାନୀୟ କିଛି ଲୋକ ପ୍ରଯ୍ୟଟକ ଙ୍କ ସହିତ ମଣିନାଗ ସେନା ର କର୍ମକର୍ତ୍ତା ମାନେ ସେଠାରେ ପହଞ୍ଚି ଗାଡି ଭିତରେ ଥିବା ବିଶ୍ୱରଂଜନ ଓ ସିଲୁ ଙ୍କୁ ଉଦ୍ଧାର କରିବା ସହିତ 13ନୋ ଘାଟିର ପଡିଥିବା ଦୁଇ ଛୋଟ ଶିଶୁ ଙ୍କ ସମେତ ଦୁଇ ମହିଳା ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରଣପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ତେଵେ ବିଶ୍ୱରଞ୍ଜନ ଓ ସିଲୁ ଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ  ଭୁବନେଶ୍ୱର ସ୍ଥାନାନ୍ତରିତ  କରାଯାଇଛି  ତେଵେ ଉପରମଣିନାଗ ରାସ୍ତା ବିପଦସଂକୁଳ ଥିବାରୁ ବାରମ୍ବାର ଦୃଘଟଣା ଘଟୁଥିବା ଯୋଗୁ ତୁରନ୍ତ ଉପର ମଣିନାଗ ରାସ୍ତା ରେ ଗାର୍ଡୱାଲ  ନିର୍ମାଣ କରିବାକୁ ସାଧାରଣ ରେ ଦାବି ହେଉଛି
Leave A Reply