Odisha news

ସଡ଼କ ଦୁର୍ଘଟଣାରେ ଛାତ୍ର ଗୁରୁତର

0
କାମାକ୍ଷାନଗର:- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଭାଲୂମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତାର ତୁମୁସିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ର ଗୁରୁତର ଭାବରେ ଆହତ ହୋଇଛନ୍ତି। ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବା ଅନୁସାରେ ଆଜି ଅପରାହ୍ନରେ ଏକ ପିକ୍‌ଅପ ଭ୍ୟାନ ଆଲୁଅଝରଣ ଅଭିମୁଖେ ଯାଉଥିବା ସମୟରେ ଛାତ୍ର ଜଣକ ଭାରସାମ୍ୟ ହରାଇ ପଛ ଚକା ନିକଟରେ ଖସିପଡ଼ି ଥିଲେ।
ଫଳରେ ଛାତ୍ର ଜଣକର ଡାହାଣ ହାତ ଗାଡ଼ିର ପଛଚକା ତଳେ ଚାପି ହୋଇ ଯାଇଥିଲା। ଦୁର୍ଘଟଣା ପରେ ଗାଡ଼ିଟି ତୁମୁସିଙ୍ଗା ଥାନାରେ ଅଟକ ରହିଥିଲା ବେଳେ ଆମ୍ବୁଲାନ୍ସ ସହାୟତାରେ ଛାତ୍ର ଜଣଙ୍କୁ ଡ଼ାକ୍ତରଖାନାକୁ ପଠାଯାଇଛି।
ଆହାତ ଜଣକ ସ୍ଥାନୀୟ ପଞ୍ଚସଖା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର। ସୂଚନା ଥାଉ କି, ଆହାତ ଛାତ୍ର ନାମ ଅର୍ଜୁନ ନାଏକ ହୋଇଥିବା ବେଳେ ତାଙ୍କ ମାଆଙ୍କ ନାମ ଝୁନୁ ନାଏକ। ଝୁନୁ ଜଣେ ସ୍ବାମୀ ପରିତ୍ୟକ୍ତ ମହିଳା। ଢେଙ୍କାନାଳ ସହରରେ ପ୍ରଶାନ୍ତ ନାଏକ ନାମକ ଯୁବକକୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ସ୍ବାମୀ ଛାଡ଼ିଦେବା ପରେ ବାପଘର ଗାଁ ରେ ଆସି ରହୁଛନ୍ତି। ଅର୍ଜୁନ ତାଙ୍କର ଏକ ମାତ୍ର ପୁଅ ହୋଇଥିଲା ବେଳେ ଦିନ ମଜୁରିଆ ଭାବେ ମାଆ ପୁଅ ରହୁଛନ୍ତି। ଆହାତ ଅର୍ଜୁନଙ୍କ ହାତ ସମ୍ପୂର୍ଣ୍ଣ ରୂପେ କଟାଯିବାର ସମ୍ଭାବନା ରହିଛି।
Leave A Reply