କାମାକ୍ଷାନଗର :-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଶୁଣଡି କାଟେଣୀ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଗୁରୁତର। ଗୁରୁତର ଜଣଙ୍କ ହେଇଛନ୍ତି କାମରଦା ଗ୍ରାମର ଦୁଃଶାସନ ନାଏକ। ସୂଚନା ମୁତାବକ ସେ ଆଜି ସନ୍ଧ୍ୟା ରେ ରାସ୍ତା ରେ ଚାଲି ଚାଲି ତାଙ୍କ ଘରକୁ ଯିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା ଫଳରେ ସେ ଘଟଣା ସ୍ଥଳରେ ପଡ଼ି ଯାଇଥିଲେ। ତେବେ ସ୍ଥାନୀୟ ଲୋକ ଦେଖିବା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ତାଙ୍କୁ ଭର୍ତ୍ତି କରିଥିଲେ ।ତେବେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଛନ୍ତି।