ରା, ଉଦୟ ଗିରି -: ଗଜପତି ଅଡବା ଥାନା ବିରିକୋଟ ଗାଁ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା , ଦୁର୍ଘଟଣା ରେ ଦୁଇ ଜଣ ଙ୍କ ମୃତ୍ୟୁ , ତିନି ଗୁରୁତର ଆହାତ , ମୃତକ ହେଲେ ଦମାଦୁଆ ଗ୍ରାମର ସିନୁ ନାୟକ,ଛେଳିଗଡ ଗ୍ରାମର ରେଗନ ବୀରୋ । ଗୋଟିଏ ବାଇକ ରେ ଛେଳିଗଡ ରୁ ଦମାଦୁଆ ବାପା ପୁଅ ମିଶିକି ଯାଉଥିବା ବେଳେ ଦମାଦୁଆ ଆଲିଗଣ୍ଡା ମଧ୍ୟରେ ଥିବା ବୁଲାଣି ରାସ୍ତାରେ ଅପରପଟୁ ଆସୁଥିବା ଆଉ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା ।
ଘଟଣା ସ୍ଥଳରେ ଛେଳିଗଡ ଗ୍ରାମର ରାଗନ ବୀରୋ ଙ୍କ ମୃତ୍ୟୁ ଘଟିଥିବା ବେଳେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ ଅନ୍ୟ ଚାରିଜଣଙ୍କୁ ଗୁରୁତର ଅବସ୍ଥା ମଧ୍ୟରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ତେବେ ଚିକିତ୍ସା ଧିନ ଅବସ୍ଥାରେ ସିନୁ ନାୟକ ଙ୍କ ମୃତ୍ୟୁ ଘଟିଛି , ଅନ୍ୟ ତିନି ଆହାତ ଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ଥିବାରୁ ବ୍ରହ୍ମପୁର ଏମକେସିଜି କୁ ସ୍ଥାନାନ୍ତରିତ କରାଯାଇଛି ।ଗୁରୁତର ଆହାତ ମାନେ ହେଲେ ଦମାଦୁଆ ଗ୍ରାମର ସକିନ ମଲ୍ଲିକ , ସୁମିତ ମାଝି, ଛେଳିଗଡ ଗ୍ରାମର ଅସ୍ଵସନ୍ ବୀରୋ ।