Odisha news

ନିର୍ବାଚନ ପୂର୍ବରୁ ଓପିନିଅନ୍‌ ପୋଲ ସି-ଭୋଟର ସର୍ଭେରେ ପଶ୍ଚିମବଙ୍ଗରେ କାହାକୁ ସବୁଠାରୁ ଅଧିକ ସିଟ ମିଳିବ : ଆସନ୍ତୁ ଜାଣିବା

0

ନୂଆଦିଲ୍ଲୀ : ନିର୍ବାଚନ ବିଗୁଲ ବାଜିବା ସହିତ ସର୍ଭେ ମଧ୍ୟ ଆରମ୍ଭ ହୋଇଗଲାଣି l ବର୍ତମାନ ନିର୍ବାଚନ ସମୟରେ ସମସ୍ତଙ୍କ ନଜର ରହିଛି ପଶ୍ଚିମବଙ୍ଗ ନିର୍ବାଚନ ଉପରେ l ମମତାଙ୍କ ଲୋକପ୍ରିୟତା ଓ ମୋଦି ,ଶାହ ପ୍ରଚାର ମଇଦାନ ଓଲ୍ଲାଇ ସାରିଲେଣି l  ଘୋଷଣା ହୋଇଥିବା ରାଜ୍ୟମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ନଜର ରହିଛି ପଶ୍ଚିମବଙ୍ଗ ଉପରେ ।

ଗୋଟିଏ ପଟେ ମମତା ବାନାର୍ଜୀଙ୍କ ଲୋକପ୍ରିୟତା ଏବଂ ଅନ୍ୟପଟେ ମୋଦି ମ୍ୟାଜିକ୍‌ ଓ ଶାହା ଫ୍ୟାକ୍ଟର୍‌ । ତେବେ ନିର୍ବାଚନ ପୂର୍ବରୁ ଓପିନିଅନ୍‌ ପୋଲ ଜାରି କରିଛି ସି-ଭୋଟର । ଏହି ସର୍ଭେରେ ବେଙ୍ଗଲ ଜନତାଙ୍କ ମୁଡ୍‌କୁ ପରଖିଛି ସି-ଭୋଟର ।

ବେଙ୍ଗଲରେ କାହାକୁ ମିଳିପାରେ ବହୁମତ ?

ଏବିପି ନ୍ୟୁଜ୍‌ ସି-ଭୋଟର ଓପିନିୟନ୍‌ ପୋଲ୍ ଅନୁଯାୟୀ ପଶ୍ଚିମବଙ୍ଗର ମୋଟ ୨୯୪ ଆସନରେ ଭୋଟ ପ୍ରତିଶତ କଥାକହିବାକୁ ଗଲେ ଟିଏମ୍‌ସିକୁ ୪୩ ପ୍ରତିଶଥ ଭୋଟ ମିଳିବ । ବିରୋଧୀ ବିଜେପିକୁ ୩୮ ପ୍ରତିଶତ ଭୋଟ ମିଳିବା ନେଇ ଆକଳନ କରାଯାଉଛି । ସେହିଭଳି କଂଗ୍ରେସ-ବାମପନ୍ଥୀ ମେଣ୍ଟକୁ ୧୩ ପ୍ରତିଶତ ଏବଂ ଅନ୍ୟମାନଙ୍କୁ ୬ ପ୍ରତିଶତ ଭୋଟ ମିଳିପାରେ ।

ଆସନ ସଂଖ୍ୟା କଥା କହିବାକୁ ଗଲେ ମମତା ବାନାର୍ଜୀଙ୍କ ଟିଏମ୍‌ସି ପୁଣି ଥରେ ପଶ୍ଚିମବଙ୍ଗ କବ୍‌ଜା କରିପାରେ । ସର୍ଭେ ଅନୁଯାୟୀ TMCକୁ ୧୪୮-୧୬୪ ସିଟ୍‌ ମିଳିପାରେ । ୨୦୦ରୁ ଉର୍ଦ୍ଧ୍ବ ସିଟ୍‌ରେ ବିଜୟ ହେବା ନେଇ ଆଶାବାଦୀ ଥିବା BJPକୁ ୯୨-୧୦୮ ସିଟ୍‌ ମିଳିପାରେ । ସେହପରି କଂଗ୍ରେସ-ବାମପନ୍ଥୀ ମେଣ୍ଟକୁ ୩୧-୩୯ ସିଟ୍‌ ମିଳିବା ନେଇ ଆକଳନ କରାଯାଉଛି ।

ମୋଦି-ଶାହାଙ୍କ ବେଙ୍ଗଲ ଗସ୍ତ ବିଜେପି ପାଇଁ ଫାଇଦା ଦେବ କି?

ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ  ବିଜେପି ପାଇଁ ଫାଇଦା ହେବକି ପ୍ରଶ୍ନର ଜବାବରେ ୪୫ ପ୍ରତିଶତ ଲୋକ ଏହାର ସପକ୍ଷରେ ମତ ଦେଇଥିବା ବେଳେ ୪୧ ପ୍ରତିଶତ ଲୋକ ବିପକ୍ଷରେ ଭୋଟ ଦେଇଛନ୍ତି । ସେହିପରି ୧୪ ପ୍ରତିଶତ ଜନତା କୌଣସି ଉତ୍ତର ଦେଇନାହାନ୍ତି ।

ମମତା ସରକାରଙ୍କ କାମ କିପରି ଥିଲା ?

ଗତ ୫ ବର୍ଷ ହେଲା କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ଟିଏମ୍‌ସି ସରକାର କାମରେ କେତେ ସଫଳ ହୋଇଛି ଏହାର ଜବାବରେ ୪୮ ପ୍ରତିଶତ ଲୋକ କାମ ହୋଇଛି ବୋଲି ମତ ଦେଇଛନ୍ତି ଏବଂ ୩୪ ପ୍ରତିଶତ ଲୋକ ମମତା ବାନାର୍ଜୀଙ୍କ କାମରେ ଖୁସି ନାହାନ୍ତି । ସେହିପରି ୧୮ ପ୍ରତିଶତ ଜନତା କୌଣସି ଜବାବ ଦେବାକୁ ଚାହିଁ ନାହାନ୍ତି ।

ପ୍ରଧାନମନ୍ତ୍ରୀ ଭା​‌ବେ ନରେନ୍ଦ୍ର ମୋଦିଙ୍କ କାମ କିପରି ?

ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଭଲ କାମ କରୁଥିବା ୪୭ ପ୍ରତିଶତ ବେଙ୍ଗଲ ଜନତା ମତ ଦେଇଥିବା ବେଳେ ୩୯ ପ୍ରତିଶତ ଏହାର ବିପକ୍ଷରେ ମତ ଦେଇଛନ୍ତି । ସେହିଭଳି ୧୪ ପ୍ରତିଶତ ଜନତା କୌଣସି ଜବାବ ଦେଇନାହାନ୍ତି ।

Nalco
Leave A Reply