ରାୟଗଡା,୨୩ ।୨(Rabindra Patkhandal)- ପୁଣି କରୋନା ମହାମାରୀ ଫେରିବା ସମ୍ଭାବନାକୁ ନେଇ ସହରରେ ବୁଲି ବୁଲି ପ୍ରଶାସନ ଲୋକଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାଇ ରଖିବା ପାଇଁ ସଚେତନତା ସୃଷ୍ଠି କରାଯାଉଛି । ଦେଶର କେତେକ ସହରରେ ପୁଣି କରୋନା ମୁଣ୍ଡ ଟେକି ଠିଆ ହୋଇଛି ଏବଂ ମହାମାରୀ ତାର କାୟା ବିସ୍ତାର କରିଛି । ଏହା ବ୍ୟାପୁଥିବାର ସମ୍ଭବନାକୁ ଦୃଷ୍ଟିରେରଖି ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ନିଦେ୍ର୍ଦଶ କ୍ରମେ ଜନ ସଚେତନତା ପାଇଁ ଜିଲ୍ଲାର ପୋଲିସ ଓ ମାଜିଷ୍ଟ୍ରେଟେ ମିଳିତ ଭାବେ ଅଭିଯାନ ଆରମ୍ଭ କରିଛନ୍ତି । ଏଥି ନିମନ୍ତେ ଗତକାଲି ସନ୍ଧ୍ୟାରେ ସମସ୍ତ ଜନସାଧାରଣଙ୍କୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସମସ୍ତ ଜନ ସାଧାରଣଙ୍କୁ ସଚେତନତା କରାଯାଇଛି ଯେ ନିଜ, ନିଜ ଘରୁ ବାହାରିବକ୍ଷ ସମୟରେ ମାସ୍କ ବ୍ୟବହାର କରିବେ, ତତସହିତ ସମସ୍ତ ଜନଗହଳି ପୂର୍ଣ୍ଣ ସ୍ଥାନ, ଆର୍ଥôକ ଅନୁଷ୍ଠାନ, ବ୍ୟାଙ୍କ, ସଫିଂମୋଲ, ସମସ୍ତ ଦୋକାନ ବଜାର, ବାହାଘର ଓ ବ୍ରତଘର ଆଦି ସ୍ଥାନମାନଙ୍କରେ ସମ୍ପୂର୍ଣ ସାମାଜିକ ଦୂରତା ପାଳନ କରିବେ ଏବଂ ସାନିଟାଈଜର ବ୍ୟବହାର କରି ନିଜକୁ ସୁରକ୍ଷିତ ରଖିବାକୁ ଆନୁରୋଧ କରିଥିଲେ ।ଏହି ଅଭିଯାନରେ ଉପଜିଲ୍ଲାପାଳ, ରାୟଗଡ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର, ରାୟଗଡ ଉମାଶଙ୍କର ବେହେରା, ଟାଉନ ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ସ୍ଥାନୀୟ ଓଭର ବ୍ରିଜ ଠାରୁ ଆରମ୍ଭ କରି କପିଳାଶ ଛକ,ଗଜପତି ଛକ, ଷ୍ଟ୍ରେସନ ଛକ, ସାଇ ଇଣ୍ଟରନଶୀନାଲ ଛକ, ତୁମ୍ବିଗୁଡା ଛକ, ହାଉସିଂବୋର୍ଡ ଛକ,ମୋଟର ସାଇକେଲ ଶୋରୁମ, ରିଳାଇନ୍ସ ମାର୍କେଟ ଓ ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ସହ ରୟାଗଡ଼ ସରର ଜନଗହଳି ସ୍ଥାନରେ ଲୋକଙ୍କୁ ସଚେତନ କରିବା ସହ ମାସ୍କ ବଣ୍ଟନ କରିଥିଲେ । ବର୍ତ୍ତମାନ ଜନସଚେତନତା କରାଯାଇଛି ଆଗାମୀ ଦିନରେ ଅବମାନନା କଲେ ଆଇନ ଅନୁଯାୟୀ ଜୋରିମାନା ଆଦାୟ କରାଯିବ ବୋଲି ଉପଜିଲ୍ଲାପାଳ ତଥା ଉପଖଣ୍ଡ ଦଣ୍ଡାଧିଶ, ରାୟଗଡ ଶ୍ରୀ ପ୍ରଧାନ ସତର୍କ କରାଇଛନ୍ତି ।