ବିଦୁରଙ୍କ ନୀତିରେ ଆପଣଙ୍କ ବିଚାର ଯେପରି ହୋଇଥିଲେ ମଧ୍ୟ ଆପଣଙ୍କର ପିଲା ମାନଙ୍କର ଭାଗ୍ୟ ତାରି ଉପରେ ନିର୍ଭର କରିଥାଏ l ବିଦୁରଙ୍କର ଏହି ବିଚାର ଆପଣଙ୍କର ଗୁଣଵାନ ପୁତ୍ର ମାନଙ୍କ ଉପରେ ଆଧାରିତ ଅଟେ l କାରଣ ପିଲାଟିର ଉପଯୁକ୍ତ ଲାଳନ ପାଳନ ଓ ସଂସ୍କାର ମାତାପିତାଙ୍କ ଉପରେ ନିର୍ଭର କରିଥାଏ l ଯଦି ଜଙ୍ଗଲର ବୃକ୍ଷ ସୁଗନ୍ଧରେ ପୁରିଉଠିଥାଏ ତେବେ ପବନ ଦ୍ୱାରା ସେହି ସୁଗନ୍ଧ ସାରା ଜଙ୍ଗଲକୁ ବ୍ୟାପି ଯାଇଥାଏ l
କୌଣସି ପରିବାରରେ ଯଦି ଗୋଟିଏ ଭଲ ପୁତ୍ର ବାହାରିଥାଏ ତେବେ ତାର ସମସ୍ତ ଗୁଣ କୂଳକୁ ଉଜ୍ବଳ କରିବାରେ କାମରେ ଲାଗିଥାଏ l
* ମାତାପିତା ନିଜ ସନ୍ତାନକୁ ଉଚ୍ଚ ଶିକ୍ଷା ସହିତ ଉଚ୍ଚ ସଂସ୍କାର ଦେବା ମଧ୍ୟ ବଶ୍ୟକ l ଏହି ସଂସ୍କାରର ମୂଳ ଦୁଆ ପରିବାରରୁ ପଡିଥାଏ l ଯାହା ତାଙ୍କୁ ଭବିଷ୍ୟତରେ ଗୋଟିଏ ଭଲ ମଣିଷ ହେବାରେ ସାହାଯ୍ୟ କରିଥାଏ l ସଂସ୍କାର ହେଉଛି ସବୀଥିରେ ମୁଖ୍ୟ l
* ବିଦୁରଙ୍କ ନୀତିରେ କୁଳ ନନ୍ଦନର ତୁଳନା ଜଙ୍ଗଲର ସୁଗନ୍ଧିତ ବୃକ୍ଷ ସହିତ କରାଯାଇଛି l ସୁଗନ୍ଧିତ ବୃକ୍ଷର ବାସ୍ନାରେ ଗୋଟିଏ ଜଙ୍ଗଲ ମହକି ଥାଏ ,ସେହିଭଳି ଗୋଟିଏ ସୁ ସନ୍ତାନ ଯୋଗୁ ଗୋଟିଏ ବଂଶ ମହକିଥାଏ l
* ବିଦୁରଙ୍କ ନୀତିରେ ଯେପରି ୫ଟି ଆଙ୍ଗୁଠି ହାତର ସମାନ ନୁହନ୍ତି ସେହିଭଳି ଗୋଟିଏ ଛାତ ତଳେ ରହୁଥିବା ପାଞ୍ଚଟି ଛୁଆ ମଧ୍ୟ ସମାନ ନୁହନ୍ତି l ତେଣୁକରି ଯଦି ଗୋଟିଏ ସନ୍ତାନ ଉପଯୁକ୍ତ ସଂସ୍କାର ପାଇ ଭଲ ମଣିଷ ହୋଇ ପାରିଲା ତେବେ ତା ଉପରେ ସମସ୍ତ ପରିବାରତ ଗର୍ବ କରିଥାନ୍ତି ଏବଂ ଅନ୍ୟ ପିଲା ମାନଙ୍କ ପାଇଁ ସେ ଗୋଟିଏ ଉଦାହରଣ ହୋଇଯାଏ l
* ବିଦୁର କହିଛନ୍ତି ଯେ ନିଜ ପିଲା ଭିତରେ ଏପରି ସଂସ୍କାର ଦିଅ ଯାହା ତାକୁ ଜୀବନରେ ଉନ୍ନତି କରାଇବା ସହିତ ଗୋଟିଏ ଭଲ ମଣିଷ ହେବାରେ ମଧ୍ୟ ସାହାଯ୍ୟ କରିବା l ସଂସ୍କାରୀ ମଣିଷ ଜୀବନରେ କେଉଁଠି ହେଲେବି ହାରେ ନାହିଁ l

Comments are closed.