ନୂଆ ପାକିସ୍ତାନର ସ୍ବପ୍ନ ଦେଖାଇଥିବା ଇମ୍ରାନ ଦେଶକୁ କାଙ୍ଗାଳ କରିସାରିଲେଣି , ନିଜର ଅସଫଳତାକୁ ଲୁଚାଇବାକୁ ଯାଇ ଏନ.ଜି.ଓ (NGO ) ଗୁଡିକୁ ଦାବିବାକୁ ଚେଷ୍ଟା କରୁଛନ୍ତି
ନୂଆଦିଲ୍ଲୀ : ନୂଆ ପାକିସ୍ତାନର ସ୍ଲୋଗାନ ଦେଇ ଗାଦି ସମ୍ଭଳିଥିବା ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ ଦେଶକୁ କାଙ୍ଗାଳ କରି ଦେଇଛନ୍ତି l ପାକିସ୍ତାନରେ ନିଜ ବିରୁଦ୍ଧରେ ଅସନ୍ତୋଷର ସ୍ୱରକୁ ଦାବିବା ପାଇଁ ଇମ୍ରାନ ଖାନ ବର୍ତମାନ ସମସ୍ତ ରାସ୍ତା ଆପଣେଇବାକୁ ଚାହୁଁଛନ୍ତି l କେବଳ ଏହି କାରଣରୁ ସେ ନିଜର ଅସଫଳତାକୁ ଲୁଚାଇବାପାଇଁ ବର୍ତମାନ ସ୍ଵେଚ୍ଛାସେବି ସଂଗଠନ ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଚାହିଁଲେଣି l ଗୁରୁବାର ଦିନ ଏହି ସଂଗଠନ ଗୁଡିକ ଉପରେ ଆରୋପ ଲଗାଇ କହିଛନ୍ତିଯେ NGO ଗୁଡିକ ଶତ୍ରୁ ମାନଙ୍କର ଏଜେଣ୍ଡାକୁ ଆଗକୁ ବଢାଇବା ପାଇଁ ବିଦେଶୀ ମୁଦ୍ରା ଆଣୁଛନ୍ତି , ଏବଂ ଏହି NGO ଗୁଡିକ ରାଜ୍ୟ ଗୁଡିକ ବିରୁଦ୍ଧରେ କାମ କରୁଛନ୍ତି l
ପାକିସ୍ତାନରେ ଅନେକ ବର୍ଷରୁ ସ୍ଥାନୀୟ ଓ ଅନ୍ତରାଷ୍ଟ୍ରୀୟ ଅଣସରକାରୀ ସଂଗଠନ ଚାପରେ ରହିଛନ୍ତି , କିନ୍ତୁ ଇମ୍ରାନ ସରକାରଙ୍କ ପକ୍ଷରୁ ବର୍ତମାନ ଏହି ଦମନଲୀଳା ଆହୁରି ଦ୍ରୁତ ହୋଇଯାଇଛି , କାରଣ ସେ ୨୦୧୮ ରୁ ବର୍ତମାନ ପର୍ଯ୍ୟନ୍ତ ୧୮ଟି ବିଦେଶୀ ଅଣସରକାରୀ ସଙ୍ଗଠନକୁ ନିଜ କାର୍ଯ୍ୟକୁ ବନ୍ଧ କରିବା ଓ ଦେଶ ଛାଡିବାକୁ ଆଦେଶ ଦେଇଛନ୍ତି l
ପାକିସ୍ତାନରେ ବଢୁଥିବା ଅସୁବିଧାକୁ ନେଇ ସେ ଚିନ୍ତିତ ନାହାନ୍ତି କିନ୍ତୁ ଏହି NGO ଗୁଡିକ ପଛରେ ପଡି ଅଧିକ ଚିନ୍ତିତ ହୋଇଯାଇଛନ୍ତି l ଇମ୍ରାନ ସରକାର ବିଦେଶରୁ ଏତେ ରୁଣ ନେଇଛନ୍ତି ଯେ ତାଙ୍କ ପକ୍ଷରେ ପରିଷଦ କରିବା କଷ୍ଟକର ଅଟେ l ଚୀନରୁ ନେଇ ସାଉଦି ଆରବ ଓ ସଂଯୁକ୍ତ ଆରବ ଦେଶ ପର୍ଯ୍ୟନ୍ତ ରୁଣରେ ବୁଡି ରହିଛନ୍ତି , ସେଥିରୁ କିପରି ବାହାରିବେ ତାହାର ଉପାୟ ସେ ଜାଣିପାରୁ ନାହାନ୍ତି l
ମୂଳଲେଖା ଦୈନିକ ଜାଗରଣ ର ଅନୁବାଦ
Comments are closed.