Odisha news

ହିନ୍ଦୁଧର୍ମରେ ସିନ୍ଦୁରର ମହତ୍ୱ : ଏହିପରି ଭାବରେ ପ୍ରୟୋଗ କରି ସୁଖ ଓ ସମୃଦ୍ଧି ପାଇ ପାରିବେ

ହିନ୍ଦୁ ଧର୍ମରେ ବିବାହିତ ନାରୀର ପ୍ରଥମ ଆଭୂଷଣ ହେଲା ସିନ୍ଦୁର l ଶାସ୍ତ୍ର ଅନୁସାରେ ସିନ୍ଦୁରର ନିଜସ୍ୱ ମହତ୍ୱ ରହିଛି l ସଧବା ନାରୀମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସିନ୍ଦୁର ଧାରଣ କରିଥାନ୍ତି l ଆମ ସଭ୍ୟତା ସହିତ ଯୋଡି ହୋଇଥିବା ଧାର୍ମିକ କାର୍ଯ୍ୟରେ ମଧ୍ୟ ସିଂଦୁରର ଗୁରୁତ୍ୱପୂର୍ଣ ଭୂମିକା ରହିଛି l ଶାସ୍ତ୍ର ଅନୁସାରେ ସିନ୍ଦୁରର ପ୍ରୟୋଗ ଦ୍ୱାରା ଆପଣ ଆଶ୍ଚର୍ଯ୍ୟ ଜନକ ଲାଭ ପାଇପାରିବେ l

* ଯଦି ଆପଣଙ୍କ ସମ୍ମାନରେ କମ ଅନୁଭବ କରୁଛନ୍ତି ଓ ସମସ୍ତ ସ୍ଥାନରେ ଆପଣଙ୍କୁ ଅଣଦେଖା କରାଯାଉଛି ତେବେ ଗୋଟିଏ ପାନପତ୍ରରେ ସିନ୍ଦୁର ସହିତ ଫିଟିକିରି ରଖି ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ପିପିଳ ଗଛରେ ବାନ୍ଧି ଦେବା ଦ୍ୱାରା ଆପଣଙ୍କୁ ସମସ୍ତ ସ୍ଥାନରେ ଉପଯୁକ୍ତ ସମ୍ମାନ ମିଳିବ l

* ଯଦି ଆପଣଙ୍କ ଘରେ ଗୋଟିଏ ପରେ ଗୋଟିଏ ଅସୁବିଧା ଲାଗି ରହିଛି ତେବେ ଚେମେଲୀ ତେଲରେ ସିନ୍ଦୁର ମିଶାଇ ହନୁମାନଙ୍କୁ ମଙ୍ଗଳବାର ଓ ୫ଟି ଶନିବାର ଅର୍ପଣ କରନ୍ତୁ l ଆପଣଙ୍କର ସମସ୍ତ ଅସୁବିଧା ଦୂର ହେବ l

* ବାସ୍ତୁ ଦୃଷ୍ଟିରୁ ସିନ୍ଦୁରର ଅନେକ ମହତ୍ୱ ରହିଛି l ଯଦି ଆପଣଙ୍କ ଘରେ କିଛି ବାସ୍ତୁଦୋଷ ରହୁଛି ତେବେ ଘରର ମୁଖ୍ୟ ଦ୍ୱାରରେ ସୋରିଷ ତେଲ ଓ ସିନ୍ଦୁର ମିଶାଇ ଲଗାଇବା ଦ୍ୱାରା ନକାରାତ୍ମକ ଶକ୍ତି ପ୍ରବେଶ କରି ନଥାଏ l ଏପରି ଲଗାତାର ୪୦ ଦିନ କରିବା ପର୍ଯ୍ୟନ୍ତ ଘରେ ଥିବା ବାସ୍ତୁଦୋଷ ଦୂର ହୋଇଯାଇଥାଏ l

* ଯଦି ଆପଣ ଅନେକ ସମୟ ଧରି ଆର୍ଥିକ ଅସୁବିଧାରେ ଗତି କରୁଛନ୍ତି ଏବଂ ଯେତେ ଚେଷ୍ଟାକଲେ ମଧ୍ୟ ଆପଣଙ୍କ ପାଖରେ ପଇସା ରହୁ ନାହିଁ ତେବେ ଗୋଟିଏ ନଡ଼ିଆରେ ସିନ୍ଦୁର ଲଗାଇ ତାହାକୁ ନାଲି ସାଲୁକାନାରେ ବାନ୍ଧି ଲକ୍ଷ୍ମୀଙ୍କ ପାଖରେ ରଖି ପୂଜା କରିବା ଦ୍ୱାରା ଆପଣଙ୍କର ଆର୍ଥିକ ବସ୍ତା ସୁଧୁରି ଯିବ l

* ସିନ୍ଦୁର ଦ୍ୱାରା ମାତା ଲକ୍ଷ୍ମୀ ଓ ଦୁର୍ଗାଙ୍କର କୃପା ଲାଭ କରାଯାଇଥାଏ l ପ୍ରତେକ ଦିନ ପୂଜା କରିବା ପରେ ଘରର ମୁଖ୍ୟ ଦ୍ୱାରରେ ଗୋଟିଏ ପାଣି ଗଡୁରେ ସାମାନ୍ୟ ଟିକିଏ ସିନ୍ଦୁର ଲଗାଇ ରଖି ଦିଅନ୍ତୁ l ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ଓ ମା ଦୁର୍ଗାଙ୍କର ଆଶୀର୍ବାଦ ଆପଣଙ୍କ ପରିବାର ଉପରେ ରହିବ l

IEC 2 years

Comments are closed.