ସକଳ ମୁହେଁ ଖେଳୁ ସନେଲି ହସ
ଅଜାଡ଼ି ଦେ ପ୍ରଭୁ ତୋହରି ଆଶିଷ ।
ପାସେ ନାହିଁ ତୋ ଉଚ୍ଚ ନୀଚ ସେ ଭାବ
ଜଗତ ର କର୍ତ୍ତା ପ୍ରଣାମ ଟି ନେବ ।..
ତୋ ମନ୍ଦିର ପବିତ୍ର ବାଲୁକା ରାଶି
ସରଗ ର ଶାନ୍ତି ଦିଅଇ ପରସି ।
ଦେ ରେ ପ୍ରଭୁ ତୋର ଆଶିଷ ବରଷି
ଅସତ ପଥେ ପାଦ ନଯାଉ ଖସି ।
***** ଅକ୍ଷୟ ପଣ୍ଡା