ନର୍ଲା – (ଦୀପକ କୁମାର ଠାକୁର) କାରୁଣ୍ଡ ଶ୍ରୀକ୍ଷେତ୍ର କଡେଲ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗବେଷଣା ଓ ଏହାର ପ୍ରଚାର ପ୍ରସାର ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଟ୍ରଫି, ମାନପତ୍ର ଓ ଉପଢୈ÷ାକନ ଦେଇ ସମ୍ମାନୀତ କରାଯାଇଛି । ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡିଶା ସରକାରଙ୍କ କେ.ବି.କେ ଯୁଗ୍ମ ପ୍ରଶାସକ ଡଃ. ନୃପରାଜ ସାହୁ, ମୁଖ୍ୟବକ୍ତା ଭାବରେ ବ୍ୟଙ୍ଗ କବି ବୀରଚିଂ ନାରାୟଣ ମୁଣ୍ଡ ଓ ସମ୍ମାନୀତ ଅତିଥି ଭାବରେ ବିଶିଷ୍ଟ ବୈଜ୍ଞାନିକ ଡଃ. ବିଜୟ କୁମାର ସାହୁ ଯୋଗଦାନ କରିଥିଲେ ।
ଇତି ପୂର୍ବରୁ ସେ “କଳାହାଣ୍ଡିର ଲୋକ ଦେବତା” ଉପରେ ଗବେଷଣା କରି ଡକ୍ଟରେଟ୍ ଡିଗ୍ରୀ ହାସଲ କରିବା ସହ ବହୁ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ଏଯାବତ୍ ତାଙ୍କର ଶତାଧିକ ଲୋକ ସାହିତ୍ୟ, ସଂସ୍କୃତି ଭିତ୍ତିକ ଗବେଷଣାତ୍ମକ ରଚନା ବହୁ ପତ୍ର ପତ୍ରିକାରେ ପ୍ରକାଶିତ ଓ ଆକାଶବାଣୀରେ ପ୍ରଚାରିତ ହୋଇଛି । ସେ ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ନୂଆଦିଲ୍ଲୀ ତରଫରୁ ଜୁନିଅର ଫେଲୋସିପ୍ ପାଇ ‘ କଳାହାଣ୍ଡି କନ୍ଧାନ ଭାଷା’ ଉପରେ ଗବେଷଣାରତ । ତାଙ୍କର ଏହି ସଫଲତା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ଜଣାଇଛନ୍ତି ।
