ମଦୁଆ ପୁଅର ଉନ୍ମତ କାଣ୍ଡ, ମା କୁ ହାତୁଡିରେ ପିଟି ପିଟି ହତ୍ଯା କଲା ପୁଅ : କବିସୂର୍ଯ୍ୟନଗର ପୋଲିସ ଦ୍ବାରା ଅଭିଯୁକ୍ତ ପୁଅ ଗିରଫ
Susant pattanaik : ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା କେରୁଆଁପଲି ଗାଁ ରେ ଘଟିଛି ଅଭାବନୀୟ ଘଟଣା। ଜନ୍ମ କଲା ମାକୁ ମଦୁଆ ପୁଅ ଅତି ଅମାନୁଷିକ ଭାବେ ହାତୁଡି ରେ ପିଟି ପିଟି ହତ୍ଯା କରିଛି। ମଦ୍ୟପ ପୁଅ ନିଶାଶକ୍ତ ଅବସ୍ଥା ରେ ଗତକାଲି ରାତିରେ ହାତୁଡି ରେ ପିଟି ପିଟି ମା କୁ ହତ୍ୟା କରି ଫେରାର ହୋଯାଇଥିବା ବେଳେ ଆଜି ସକାଳୁ କବିସୂର୍ଯ୍ୟନଗର ପୋଲିସ କବିସୂର୍ଯ୍ୟନଗର ସହର ମର୍ଦରାଜ ହାଇସ୍କୁଲ ନିକଟରେ ଶୋଇଥିବା ଖବର ପାଇ ଗିରଫ କରିଛି।
ସୂଚନା ଅନୁଯାୟୀ କେରୁଆଁପଲି ଗ୍ରାମର ପାଣ ପଲେଇ ଙ୍କ ୬୫ ବର୍ଷୀୟ ସ୍ତ୍ରୀ ସରସ୍ବତୀ ପଲେଇକୁଂ ତାଙ୍କ ପୁଅ ସନ୍ୟାସୀ ପଲେଇ ମଦ୍ୟପାନ କରି ଘରେ କେହି ନଥିବା ସୁଯୋଗ ନେଇ ହାତୁଡ଼ିରେ ପିଟି ହତ୍ୟା କରିଥିଲା। ମୃତ ମହିଳାଙ୍କ ସ୍ବାମୀ ପାଣ ପଲେଇ ଥାନାରେ ଏତଲା ଦେବା ପରେ ଘଟଣା ସ୍ଥଳ ରେ କବିସୂର୍ଯ୍ୟନଗର ଥାନା ଅଧିକାରୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।ଅଭିଯୁକ୍ତ ତଥା ମଦୁଆ ପୁଅ ସନ୍ନ୍ୟାସୀ ପ୍ରତିଦିନ ମଦ ପିଇ ସ୍ତ୍ରୀ, ବାପା କୁ ମାରପିଟ କରୁଥିବା ନେଇ ସ୍ତ୍ରୀ ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ଥରେ ମାଆକୁ ହତ୍ୟା ଉଦ୍ୟମ କରାଯାଇଥିବା ନେଇ ସୂଚନା ମିଳିଛି।
ଗଂଜାମ ବେଗୁନିଆପଡ଼ା ରୁ ସୁଶାନ୍ତ ପଟ୍ଟନାୟକଙ୍କ ରିପୋର୍ଟ ।
