Odisha news

ଗଣତନ୍ତ୍ର ଦିବସ

0

ଗଣତନ୍ତ୍ର ଦିବସ ଆସିଲେ ଆମମାନଙ୍କ ମନରେ ଉତ୍ସାହ , ଦେଶପ୍ରେମ ଜାଗ୍ରତ ହୁଏ l କାରଣ ଏହା ଏପରି ଏକ ପର୍ବ ଯାହା ସମସ୍ତ ଭାରତୀୟ ମାନଙ୍କ ଗୌରବର ଦିନ l ଜାନୁଆରୀ 26 ଆସିଲେ ମନେ ପଡ଼ିଯାଏ ସେହି 1950 ମସିହା ଜାନୁଆରୀ 26 କଥା ଯେଉଁଦିନ ଦେଶକୁ ସମ୍ପୂର୍ଣ୍ଣ ସ୍ଵୟଂଶାସିତ ଗଣତନ୍ତ୍ର ଭାବରେ ଘୋଷଣା କରାଯାଇଥିଲା ଏବଂ ଏହି ଦିନ ଆମର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା l ଏହାକୁ ଜାତି ,ଧର୍ମ , ବର୍ଣ ନିର୍ବିଶେଷରେ ଦେଶର ସମସ୍ତ ନାଗରିକ ପୁରା ଉତ୍ସାହର ସହିତ ପାଳନ କରନ୍ତି l

ବିଶେଷକରି ସରକାରୀ ଅନୁଷ୍ଠାନ ତଥା ଶିକ୍ଷାନୁଷ୍ଠାନଗୁଡ଼ିକରେ ପତାକା ଉତ୍ତୋଳନକରାଯାଏ l ପତାକା ଉତ୍ତୋଳନ ପରେ ଜାତୀୟ ସଂଗୀତ ଗାନ କରାଯାଏ ଏବଂ ଦେଶପ୍ରେମ ସହ ଜଡିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ପ୍ରତିଯୋଗିତା ଆୟୋଜନ କରାଯାଇଥାଏ । ଭକ୍ତି ଗୀତ, ବକ୍ତୃତା, ଚିତ୍ରକଳା ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା ସହିତ ଦେଶର ବୀରପୁତ୍ରମାନଙ୍କୁ ସ୍ମରଣ କରାଯାଏ l ବନ୍ଦେ ମାତରଂ , ଜୟ ହିନ୍ଦୀ, ଭାରତ ମାତା କି ଜୟରେ ସମଗ୍ର ବାତାବରଣ ଦେଶପ୍ରେମରେ ଗୁଞ୍ଜରିତ ହୋଇଥାଏ l

ଭାରତର ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ | ଦେଶର ପ୍ରଧାନ ମନ୍ତ୍ରୀଙ୍କ ଇଣ୍ଡିଆ ଗେଟ୍ ରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପରେ ଲାଲ କିଲ୍ଲା କାର୍ଯ୍ୟକ୍ରମରେ ଯୋଗଦିଅନ୍ତି l ଦେଶ ତଥା ବିଦେଶର ମାନ୍ୟଗଣ୍ୟ ବ୍ୟକ୍ତି ନିମନ୍ତ୍ରିତ ହୋଇଥାନ୍ତି । ଏହି ପ୍ୟାରେଡରେ ତିନି ସେନାର ମୁଖ୍ୟଙ୍କୁ ସଲାମି ଦିଆଯାଏ ଏବଂ ସେନା ଦ୍ୱାରା ବ୍ୟବହୃତ ଅସ୍ତ୍ରଶସ୍ତ୍ର, କ୍ଷେପଣାସ୍ତ୍ର ଏବଂ ଶକ୍ତିଶାଳୀ ଟ୍ୟାଙ୍କ ପ୍ରଦର୍ଶିତ ହୁଏ ଏବଂ ସୈନିକ ମାନଙ୍କର ଶକ୍ତି ଏବଂ ଆକର୍ଷଣୀୟ ପ୍ୟାରେଡ଼ ମଧ୍ୟ କରାଯାଏ l

ଗାଁ ଠାରୁ ସହର ପର୍ଯ୍ୟନ୍ତ ଦେଶପ୍ରେମର ଗୀତ ଶୁଣାଯାଏ ଏବଂ ପ୍ରତ୍ୟେକ ଭାରତୀୟ ପୁଣି ଥରେ ଦେଶପ୍ରେମରେ ମଜିଯାଇଥାନ୍ତି l
ଏହି ଦିନ ଆୟୋଜିତ କାର୍ଯ୍ୟକ୍ରମରେ ଭଲ ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କୁ ସମ୍ମାନ ଏବଂ ପୁରସ୍କାର ମଧ୍ୟ ବଣ୍ଟନ କରାଯାଏ ଏବଂ ସ୍ୱତନ୍ତ୍ର ଭାବେ ମିଠା ବଣ୍ଟନ କରାଯାଏ | ପିଲାମାନେ ଏହି ଦିନ ପାଇଁ ବହୁତ ଉତ୍ସାହିତ ହୋଇଥାନ୍ତି |

Leave A Reply