ବାଲେଶ୍ୱର-୦୭/୦୧ : ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଦୁର୍ଗାଦେବୀ ଠାରେ ଥିବା ଜିଆର୍ଏସ୍ ହେମନ୍ତ କୁମାର ପଢିଆରୀ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି । ଘଟଣାରୁ ପ୍ରକାଶ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ନୂଆହାଟ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀଙ୍କ ଏକ କାର୍ଯ୍ୟ କରାଇଦେବାପାଇଁ ଦୁର୍ଗାଦେବୀ ଜିଆର୍ଏସ୍ ହେମନ୍ତ କୁମାର ପଢିଆରୀ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ ଏବାବଦରେ ବାଲେଶ୍ୱର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଏହି ଟଙ୍କା ଦେଣନେଣ ହେଉଥିବାବେଳେ ପୂର୍ବରୁ ସେଠାରେ ଲୁଚି ରହିଥିବା ଭିଜିଲାନ୍ସ କର୍ମଚାରୀମାନେ ଜିଆର୍ଏସ୍ ଶ୍ରୀ ପଢିଆରୀଙ୍କୁ କାବୁ କରି ନେଇ ତାଙ୍କଠାରୁ ଲାଞ୍ଚ ନେଇଥିବା ଟଙ୍କା ଜବଦ କରିଥିଲେ । ଘଟଣା ସମ୍ପର୍କରେ ବାଲେଶ୍ୱର ଭିଜିଲାନ୍ସ ବିଭାଗ ଥାନାରେ କେଶ୍ ନଂ ୨/୨୦୨୦ ମୂଳେ ଭିଜିଲାନ୍ସ ଆଇନ୍ର ୭ଧାରାରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି ।
