Odisha news

ନ୍ଦନକନାନନର ୬୧ତମ ପ୍ରତିଷ୍ଠା ଦିବସରେ ଲୋକାର୍ପଣ ହେଲା ପ୍ରସ୍ଥାନପଥ ସହ ସଵାରୀ ଷ୍ଟାଣ୍ଡ

0

ବାରଙ୍ଗ,୨୯/୧୨ଦେଶର ବୃହତମ ଚିଡିଆଖାନା ନନ୍ଦନକାନନ ଆନ୍ତର୍ଯ୍ର୍ୟାତିକ ସ୍ତରରେ ମାନ୍ୟତା ପାଇବାକୁ ଯାଉଛି ।ର କେନ୍ଦ୍ରିୟ ଚିଡିଆଖାନା ପ୍ରାଧିକରଣ ଏଥିପାଇଁ ପ୍ରସ୍ତୁତିପର୍ବ ଆରମ୍ଭ କରିଦେଇଛନ୍ତି ବୋଲି ନନ୍ଦନକନାନନର ୬୧ତମ ପ୍ରତିଷ୍ଠା ଦିବସରେ ବକ୍ତାମାନେ ଏହା କହିଛନ୍ତି ।ଏହାସହ ନୁଆକରି ହୋଇଥିବା ପ୍ରସ୍ଥାନପଥ ସହ ସ‘ାରୀ ଷ୍ଟାଣ୍ଡର ଲୋକାର୍ପଣ ହୋଇଥିଲା ।

ପ୍ରକାସ ଯେ,୬୦ବର୍ଷର ଘାତପ୍ରତିଘାତକୁ ଅତିକ୍ରାନ୍ତ କରି ୬୧ବର୍ଷରେ ପାଦଥାପିଛି ନନ୍ଦନକାନନ । ଏବେ ନନ୍ଦନକାନନରେ ୧୫୮ପ୍ରଜାତିର ୩୭୮୭ପ୍ରକାରର ପଶୁପକ୍ଷୀ ରହିଛନ୍ତି । ଚଳିତବର୍ଷ ୨୫ଟି ପଶୁପକ୍ଷୀ ନନ୍ଦନକାନନ ଆସିଥିବାବେଳେ ବଳିଆକୁକୁର ଆସାମିଜମାଙ୍କ, ଜିରା‘, ଗଣ୍ଡା,ଜେବ୍ରା ଆଦି ଆସିବାପାଇଁ ବ୍ୟବସ୍ଥା ହୋଇଛି ।ନନ୍ଦନକାନନର ବିକାଶ ସହ କଳେବର ବୃଦ୍ଧି କରି ସରସସୁନ୍ଦର ପାଇଁ ୨୦ବର୍ଷିୟା ମାଷ୍ଟରପ୍ଲାନ ନନ୍ଦନକାନନ ତର‘ରୁ ପ୍ରସ୍ତୁତିକରାଯାଇ କେନ୍ଦ୍ରିୟଚିଡିଆଖାନା କର୍ତୁପକ୍ଷଙ୍କୁ ଦିଆଯାଇଛି । ଖୁବଶିଘ୍ର ଶିଶୁରେଳଗାଡି ଓ ବହୁତଲବିଶିଷ୍ଟ ପାକିଂ ଖୁବଶିଘ୍ର ପର୍ଯ୍ୟଟକମାନଙ୍କ ପାଇଁ ଉସର୍୍ଗୀକୃତ କରାଯିବ ବୋଲି ପ୍ରତିଷ୍ଠାଦିବସରେ ମୁଖ୍ୟଅତିଥିଭାବେ ଯୋଗଦେଇ ଜଙ୍ଗଲ ଓ ପରିବେଶମନ୍ତ୍ରୀ ବିକ୍ରମକେଶରୀ ଆରୁଖ କହିଥିଲେ ।

ନନ୍ଦନକାନନ ଉପନିଦେ୍ର୍ଦଶକ ବିମଳପ୍ରସନ୍ନଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜଙ୍ଗଲ ଓ ପରିବେଶବିଭାଗରଅତିରିକ୍ତ ମୁଖ୍ୟଶାସନ ସଚିବ ଡ. ମୋନା ଶର୍ମା , ।ମୁଖ୍ୟ ବନ୍ୟଜୀବ ତତ୍ୱାବଧାରକ ହରିଶଙ୍କର ଉପାଧାୟ ,ଜଟଣୀ ବିଧାୟକ ସୁରେଶକୁମାରରାଉତରାୟ,ଭୁବନେଶ୍ୱର ଉତରବିଧାୟକ ଶୁଶାନ୍ତରାଉତ,ସ୍ୱତନ୍ତ୍ର ଅତିଥିଭାବେ ଷ୍ଟେଟବ୍ୟାଙ୍କର ଭୁବନେଶ୍ୱର ସର୍କଲର ଚି‘୍ ଉମା ଦେ ,ଜିନ୍ଦଲ ଷ୍ଟିଲର ଓଡିଶାର ମୁଖ୍ୟ ରାକେଶମିଶ୍ର ଯୋଗଦେଇ ନନ୍ଦନକାନନର ହେଉଥିବାବିକାଶ ଉପରେ ମତବ୍ୟକ୍ତ କରିଥିଲେ ।ନିଦେ୍ର୍ଦଶକ ଶଶିପଲ ବାର୍ଷିକ ବିବରଣୀ ପାଠ ଅବସରରେ ମିଜୋରାମ ଓ ଜୟପୁର ଚିଡିଆଖାନା ସହ ଆର୍ନ୍ତଯାତିକ ସ୍ତରରେ ସଙ୍ଗାପୁର , ଓ ଶ୍ରିଲଙ୍କାରୁ ପଶୁପକ୍ଷୀ ଅଦଳବଦଳପ୍ରକିୟା ଖୁବଶିଘ୍ର କରାଯିବ ବୋଲି କହିଥିଲେ ।ଏହିଅବସରରେ ଭଲକାର୍ଯ୍ୟ କରିଥିବା କର୍ମଚାରୀମାନଙ୍କୁ ମାନପତ୍ରସହ ପୁରସ୍କାର ପ୍ରଦାନ ଅତିଥିମାନେ କରିଥିଲେ ।

ଅତିଥିମାନଙ୍କଦ୍ୱାରା ବାର୍ଷିକ ବିଶେଷାଙ୍କ,କ୍ୟାଲେଣ୍ଡର ଉନ୍ମୋଚନ ହୋଇଥିଲା ।୨୭ଟିବାଘକୁ ପୋଷ୍ୟଭାବେ ଜିନ୍ଦଲ ଷ୍ଟିଲ ଓ ୮ଟିଧଳାବାଘ ସହ ୨୦ଟି ସମ୍ବରକୁ ଷ୍ଟେଟବ୍ୟାଙ୍କର ଭୁବନେଶ୍ୱର ସର୍କଲର ଚି‘୍ ଉମା ଦେ ପୋଷ୍ୟଭାବେ ଗ୍ରହଣ କରିଥିଲେ ।ସ୍ନେହାବାଘୂଣୀର ଦୁଇଟି ଶାବକର ନାମ କରଣ ପାଇଁ ଅନଲାଇନରେ ସଂଗ୍ରହକରାଯାଇଥିବା ନାମ ମଧ୍ୟରୁ ଅଧିକ ନାମ ଆସିଥିବା ଲବ ଓ କୁଶହେଉଥିବାବିକାଶ ଉପରେ ମତବ୍ୟକ୍ତ କରିଥିଲେ ।ଦୁଇଟି ବାଘଶାବକର ନାମ କରଣ ପାଇଁ ଅନଲାଇନରେ ସଂଗ୍ରହକରାଯାଇଥିବା ନାମ ମଧ୍ୟରୁ ଅଧିକ ନାମ ଆସିଥିବା ଲବ ଓ କୁଶ ନାମକୁ ଅତିଥିମାନେ ବିଦ୍ଧିବଦ୍ଧଭାବେ ଘୋଷଣା କରିଥିଲେ । ପ୍ରସ୍ଥାନପଥ ସହ ନୁଆକରି ହୋଇଥିବା ସ‘ାରୀ ଷ୍ଟାଣ୍ଡକୁ ମନ୍ତ୍ରୀ ପର୍ଯ୍ୟଟକମାନଙ୍କ ପାଇଁ ଲୋକାର୍ପଣ କରିଥିଲେ ।

Leave A Reply