Odisha news

ଓଡ଼ିଶା-ମୋ ପରିବାର ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

0

ଧାମନଗର, ୨୯ା୧୨ : ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ ସୌକତ ଅଲ୍ଲୀ ଜଲାଲୁଦ୍ଦିନ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଏହି ଶିବିରକୁ ଉଦ୍ଘାଟନ କରିଥିଲେ । ଏହି ଶିବିରରେ ମୋଟ ୫୦ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଭଦ୍ରକ ରେଡ଼୍କ୍ରସ ସଂସ୍ଥାର ଡ଼ାଃ ପ୍ରକାଶ ସିଂଙ୍କ ନେତୃତ୍ୱରେ ଚିତ୍ତରଂଜନ ରାଉତ, ରତିକାନ୍ତ ବଳ, ସାରଦା ପ୍ରସନ୍ନ ମଲ୍ଲିକ, ରଘୁନାଥ ପଣ୍ଡା, ପ୍ରକାଶ ଚନ୍ଦ୍ର ରାଉତ ପ୍ରମୁଖ ସହଯୋଗୀ ମାନେ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ, ଧାମନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବିଜେଡ଼ି ଭଦ୍ରକ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲ୍ଲା ସାଧରଣ ସମ୍ପାଦକ ପ୍ରଦୀପ କୁମାର ମଲ୍ଲିକ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ସାହୁ, ସ୍ଥାନୀୟ ସରପଞ୍ଚ ଚମ୍ପାବତୀ ଦଳାଇ, ବିଜେଡ଼ି ଧାମନଗର ବ୍ଲକ ସଭାପତି ଉମେଶ ଚନ୍ଦ୍ର ମହାନ୍ତି, ଉପସଭାପତି କୃଷ୍ଣଚନ୍ଦ୍ର ପତି, ବିଜେଡ଼ି ଧାମନଗର ନଗର ସଭାପତି ସୁଶାନ୍ତ କୁମାର ରାଉତ ପ୍ରମୁଖ ଯୋଗଦେଇଥିଲେ । ସ୍ୱେଚ୍ଛାକୃତ ରକ୍ତଦାତା ମାନଙ୍କୁ ଅତିଥିମାନେ ପୂଷ୍ପଗୁଚ୍ଛ ଦେଇ ସ୍ୱାଗତ୍ କରିବା ସହିତ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

Leave A Reply