Odisha news

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଝିଅର ପୁରୁଷ ବନ୍ଧୁକୁ ଓବାମା ନିଜ ଘରେ ରଖିଲେ ଓ କହିଲେ ଅଧିକ ଖାଇବା ଦ୍ୱାରା ଆମ ଖର୍ଚ ବଢିଗଲା

0

ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା  ପରିବାରର ଗୋଟିଏ ତଥ୍ୟକୁ ଖୁଲାସା କରିଛନ୍ତି ,କରୋନା ମହାମାରୀ ସମୟରେ କ୍ଵରେଟିଂ ଚାଲିଥିଲା ସେହି ସମୟରେ ତାଙ୍କ ଝିଅର ପୁରୁଷ ବନ୍ଧୁ ତାଙ୍କରି ଘରେ ରହୁଥିଲେ l ଓବାମା ଏହା ମଧ୍ୟ କହିଛନ୍ତି ଯେ ଗୋଟିଏ ଯୁବକ ଅଧିକ ଖାଇବା ହେତୁ ତାଙ୍କର ସଉଦାର ବିଲ୍ ୩୦ ପ୍ରତିଶତ ବଢିଯାଇଥିଲା l ଗୋଟିଏ ଟେଲିଭିଜନ ସୋ ରେ ଓବାମା କହିଥିଲେ କରୋନା ମହାମାରୀ ଆରମ୍ଭ ଦିନରୁ ମୋ ଝିଅ ମଲିୟାର ପୁରୁଷ ବନ୍ଧୁ ଆମ ସହିତ କ୍ଵରେଟିଂ ରେ ରହୁଥିଲେ l ଓବାମାଙ୍କର ବଡ଼ ଝିଅର ନାମ ମଲିୟା ଅଟେ ,ତାଙ୍କର ବୟସ ୨୨ ବର୍ଷ ଅଟେ l ତାଙ୍କର ପୁରୁଷ ବନ୍ଧୁକ ନାମ ରୋରୀ ଅଟେ l

ଓବାମା ମଲିୟାଙ୍କ ପୁରୁଷ ବନ୍ଧୁ ରୋରୀଙ୍କ ବିଷୟର କହିଛନ୍ତି “ଭିସାକୁ ନେଇ ଅନେକ ଜିନିଷ ଥିଲା ,ତାର ଚାକିରୀ ମଧ୍ୟ ଥିଲା ,ସେଥିପାଇଁ ଆମେ ତାକୁ ଆମ ସହିତ ରହିବାକୁ ଦେଲୁ l ମଁ ତାକୁ ପସନ୍ଦ କରିବାକୁ ଚାହୁଁ ନଥିଲି କିନ୍ତୁ ସେ ଗୋଟିଏ ଭଲ ପିଲାଥିଲା l “ଏହା ପାରେ ଓବାମା କହିଛନ୍ତି ମୁଁ କ୍ଵରେଟିଂ ସମୟରେ ମୋର ଦୁଇ ଝିଅ ଓ ରୋରୀ ସହିତ ଭଲ ସମୟ ବିତାଇଛି l ସେ ପିଲାମାନଙ୍କ ସହିତ ତାସ ଖେଳ ସେହି ସମୟରେ ଉପଭୋଗ କରିଥିଲି ଓ ଶିଖାଇ ଥିଲି l ରୋରୀର ଖାଦ୍ୟ ମୋ ଝିଅ ମାନାଙ୍କ ପାଖରୁ ବହୁତ ଅଲଗା ଥିଲା l ତାକୁ ଏପରି ଖାଇବା ଦେଖି ମତେ ଆଶ୍ଚର୍ଯ୍ୟ ଲାଗୁଥିଲା l ସେଥିପାଇଁ ଅମା ସଉଦା ବିଲ୍ ୩୦ ପ୍ରତିଶତ ବଢିଗଲା l

Leave A Reply