ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ରାମ ଓ ସୀତାଙ୍କର ବିବାହ ମର୍ଗଶୀର ମାସ ଶୁକ୍ଳପକ୍ଷ ଓ ପଞ୍ଚମୀ ତିଥିରେ ହୋଇଥିଲା l ଡିସେମ୍ବର ୧୯ ତାରିଖ ଦିନ ମାର୍ଗଶିର ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥି ପଡୁଛି ,ଏହି କାରଣରୁ ଏହି ଦିନଟିକୁ ବିବାହ ପଞ୍ଚମୀ ଦିନ ବୋଲି କୁହାଯାଏ l ମାନ୍ୟତା ରହିଛି ଯେ ଏହି ଦିନ ଭଗବାନ ରାମ ଓ ସୀତାଙ୍କର ପୂଜା କରିବା ଦ୍ୱାର ବିବାହରେ ଆସୁଥିବା ଅସୁବିଧା ଦୂର ହୋଇଯାଏ l
ରାମାୟଣର ପ୍ରମୁଖ ଘଟଣା ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ସୀତାଙ୍କ ସ୍ଵୟମ୍ବର l ସୀତା ମାତାଙ୍କ ବିନା ରାମାୟଣ କଥା ଅଧୁରା ଅଟେ ,ମାତା ସୀତା କୀଏଥିଲେ ଓ ତାଙ୍କର ସ୍ଵୟମ୍ବର କିପରି ହୋଇଥିଲା ଜାଣିବା l ରାଜା ଜନକଙ୍କର ପୁତ୍ରୀ ଥିଲେ ସୀତା ,କିନ୍ତୁ ପ୍ରକୃତରେ ସେ ପୃଥିବୀ ମାଙ୍କର ଝିଅ ଅଟନ୍ତି l କାହିଁକି ନା ତାଙ୍କର ଜନ୍ମ ପୃଥିବୀଙ୍କ କୋଳରୁ ହୋଇଥିଲା l ସେଥିପାଇଁ ମାତା ଙ୍କୁ ଭୂମିଯା ମଧ୍ୟ କୁହାଯାଏ l ମାତା ସୀତା ସମସ୍ତ ଗୁଣରେ ନିପୁଣ ଥିଲେ ଓ ତାଙ୍କ ମଧ୍ୟରେ ଅପାର ଶକ୍ତି ରହିଥିଲା l ଯେଉଁ ଶିବ ଧନୁକୁ ରାବଣ ହଲାଇ ପାରି ନଥିଲା ସେହି ଧନୁକୁ ମାତା ସୀତା ସହଜରେ ଉଠାଇ ଗୋଟିଏ ସ୍ତାନରୁ ଆଉ ଗୋଟିଏ ସ୍ଥାନରେ ରଖିଥିଲେ l
ରାଜା ଜନକ ଚାହୁଁଥିଲେ ସୀତାଙ୍କ ବିବାହ ଏପରି ବ୍ୟକ୍ତି ସହିତ କରାଯାଉ ଯିଏ ସମସ୍ତ ଗୁଣରେ ପରିପୂର୍ଣ ହୋଇଥିବା l ସୀତାଙ୍କ ବିବାହ ବୟସ ହେବାରୁ ରାଜା ଜନକ ସ୍ଵୟମ୍ବରର ଆୟୋଜନ କରିଥିଲେ ଓ ସର୍ତ୍ତ ରଖିଲେ ଯେ ଯିଏ ଶିବଧନୁ ଉଠାଇବ ସେ ସୀତାଙ୍କୁ ବିବାହ କରିବ l ସ୍ଵୟମ୍ବରରେ ଭାଗ ନେବାପାଇଁ ଯେଉଁ ରାଜା ମାନଙ୍କୁ ନିମନ୍ତ୍ରଣ ପଠା ଯାଇଥିଲା ସମସ୍ତେ ଆସିଥିଲେ l ଗୁରୁ ବଶିଷ୍ଠ ଏହି ସମାଚାର ପାଇ ରାମ ,ଲକ୍ଷ୍ମଣ ,ଭରତ ଓ ଶତ୍ରୁଘ୍ନଙ୍କୁ ନେଇ ସ୍ଵୟମ୍ବରର ପହଞ୍ଚିଲେ l ଶିବ ଧନୁକୁ ଯେତେବେଳେ କେହି ଉଠାଇ ପାରିଲେ ନାହିଁ ରାଜା ଜନକଙ୍କର ଚିନ୍ତା ବଢିଗଲା ଓ ସେ ଭାବିଲେ ଯେ ଏହି ପୃଥିବୀ ବିରଶୂନ୍ୟ ହୋଇଯାଇଛି l
ଏହା ପରେ ଗୁରୁ ବଶିଷ୍ଠଙ୍କୁ ଲକ୍ଷ୍ମଣ କହିଲେ ଗୁରୁଦେବ ମୋ ବଡଭାଇ ଏହି ଧନୁକୁ ଉଠାଇ ଦେବେ l ଗୁରୁଙ୍କ ଆଜ୍ଞା ପାଇ ଭଗବାନ ରାମଚନ୍ଦ୍ର ଧନୁଟିକୁ ହାତରେ ଉଠାଇ ଥିଲେ ,ଏହାପରେ ପ୍ରତ୍ୟାଞ୍ଚlକୁ ବାନ୍ଧିବା ଦ୍ୱାରା ଧନୁଟି ଭାଙ୍ଗି ଦୁଇଭାଗ ହୋଇଗଲା l ଧନୁଟି ଭାଙ୍ଗିବା ପରେ ଖୁସିର ଲହରୀ ଖେଳିଗଲା l ସୀତା ଭଗବାନ ରାମଙ୍କ ଗଳାରେ ବରଣ ମାଳା ପକାଇଥିଲେ l ଯେଉଁଦିନ ରାମ ସୀତାଙ୍କ ବିବାହ ହେଲା ସେହିଦିନ ପଞ୍ଚମୀ ତିଥି ଥିଲା l ସେହି ଅନୁସାରେ ସୀତାଙ୍କର ତିନି ଭଉଣୀ ଉର୍ମିଳା ,ମାଧବୀ ଓ ସୁତକୀର୍ତ୍ତିଙ୍କର ବିବାହ ଲକ୍ଷ୍ମଣ ,ଭରତ ଓ ସାତ୍ରୁଘ୍ନଙ୍କ ସହିତ ହୋଇଥିଲା l