ନର୍ଲା (ଦୀପକ କୁମାର ଠାକୁର)କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସମୟରେ ଚୋରା କାଠ ମାଫିଆ ମାନଙ୍କ ପ୍ରାଦୁର୍ଭାବ ବଢ଼ି ଚାଲୁଥିବା ବେଳେ ବନବିଭାଗ ପକ୍ଷରୁ ବିଭିନ୍ନ ସମୟରେ କାଠ ମାଫିଆ ମାନଙ୍କୁ ଗିରଫ କରିବାରେ ସଫଳ ହେଉଛି ତ କେତେବେଳେ ବିଫଳ ମଧ୍ୟ ହେଉଛି । ଦୀର୍ଘ ଦିନ ଧରି ନର୍ଲା ରେଞ୍ଜ ଅନ୍ତର୍ଗତ ନର୍ଲା ରୋଡ ଅଞ୍ଚଳରେ ଥିବା ଜୀବନଧାରା ଏନ୍ ଜିଓକୁ ଲାଗିକରି ଥିବା ବସ୍ତି ଭିତରେ ଥିବା ଏକ କୁଡ଼ିଆରେ ଶାଳ ଏବଂ ଶାଗୁଆନ କାଠ ସୁରାଗ୍ ପାଇଁ ଉତ୍ତର ବନ ଖଣ୍ଡ ଅଧିକାରୀ ନୀତେଶ କୁମାରଙ୍କ ନିର୍ଦ୍ଦେଶରେ ନର୍ଲା ବନାଞ୍ଚଳ ଅଧିକାରୀ ଗିରିଧାରୀ ନାଗଙ୍କ ଦଳବଳ ସହିତ ନର୍ଲା ଥାନା ଏବଂ ସ୍ଥାନୀୟ ସରପଞ୍ଚ ନରସିଂହ କୁମାର ଙ୍କ ଉପସ୍ଥିତିରେ ଉକ୍ତ ଘରକୁ ଚଢ଼ାଉ କରାଯାଇଥିଲା।ଏଥିରେ ୧୨୫ ଖଣ୍ଡ ଚୈ।କାଠ ଜବତ କରାଯାଇଥିଲା। କାଠ ମାଫିଆ ମଥୁରା ଛତ୍ରୀୟାଙ୍କ ଦ୍ଵାରା ସ୍ଥାନୀୟ ଜଙ୍ଗଲ ଠାରୁ ଚୋରା କାଠ କାରବାର କରୁଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି।
