Odisha news

କୋଭିଡ଼ ସେଣ୍ଟରେ ଷ୍ଟାଫ ନର୍ସଙ୍କ ଧାରଣା

0

ରାୟଗଡା : ରାୟଗଡା ସଦର ମହକୁମା ଠାରେ ୧୦ କି.ମି ଦୂର ଶିଳ୍ପନଗରୀ ଜେ.କେ.ପୁର ସ୍ଥିତ କୋଭିଡ କେୟାର ହସ୍ପିଟାଲରେ କାର୍ଯ୍ୟରତ ୩୧ ଜଣ ଷ୍ଟାଫ ନର୍ସ ସ୍ଥାୟୀ ନିଯୁକ୍ତି ଦାବୀରେ ଧାରଣା ପ୍ରଦର୍ଶନ କରିଛନ୍ତି ।

କାର୍ଯ୍ୟରତ ନର୍ସ ମାନେ ଗତ ଅକ୍ଟୋବର ମାସରୁ ବକେୟା ଦରମା ପାଇନଥିବା ବେଳେ ସ୍ଥାୟୀ ନିଯୁକ୍ତି ଦାବୀରେ କୋଭିଡ କେୟାର ହସ୍ପିଟାଲ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଛନ୍ତି । କରୋନା ମହାମାରୀ ସମୟରେ ନିଜ ଜୀବନ ଓ ପରିବାର ଠାରୁ ଦୂରେଇ ରହି କରୋନା ସଂକ୍ରମିତଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କରି ସେମାନଙ୍କୁ ସୁସ୍ଥ କରିବାରେ ନର୍ସ ମାନଙ୍କ ଭୂମିକା ଗୁରୁତର ଥିଲା ବୋଲି ନର୍ସ ମାନେ ପ୍ରକାଶ କରିଛନ୍ତି ।

ଏଥି ସହ ବର୍ତ୍ତମାନ ରାଜ୍ୟ ସରକାର ଯେଉଁ ୬ ହଜାର ୪୩୦ ନର୍ସ ପଦବୀ ପୂରଣ କରିବେ ବୋଲି ଘୋଷଣା କରିଛନ୍ତି କୋଭିଡ କେୟାର ହସ୍ପିଟାଲରେ କାର୍ଯ୍ୟରତ ନର୍ସ ମାନଙ୍କୁ ଅଗ୍ରାଧିକାରୀ ଦିଆଯିବା ପାଇଁ ନର୍ସ ମାନେ ଦାବୀ କରିଛନ୍ତି । ଯଦି ସେମାନଙ୍କ ଦାବୀକୁ ଗ୍ରହଣ ନ କରାଯାଏ ତା ହେଲେ ଆଗକୁ ଧାରଣା ପ୍ରଦର୍ଶନ ଆହୁରି ତୀବ୍ରତର ହେବ ବୋଲି ନର୍ସ ମାନେ ସୂଚନା ଦେଇଛନ୍ତି ।

Leave A Reply