ନୂଆଦିଲ୍ଲୀ : ବୈଜ୍ଞାନିକ ମାନେ ପ୍ରଥମ ଥର ପାଇଁ ଅନ୍ତରୀକ୍ଷରେ ମୂଳ ଫସଲ ଉତ୍ପନ କରିଛନ୍ତି l ୨୦୨୧ ରେ ଏହାକୁ ପୃଥିବୀ ଉପରକୁ ଅଣ ଯିବ l ନାସାର ଅନ୍ତରୀକ୍ଷ ଯାତ୍ରୀ ଓ ଫ୍ଲାଇଟ ଇଂଜିନିୟର କେଟ ରୁବିନ୍ସ ପ୍ରଥମଥର ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ମୂଳା ଫସଲ କାଟିଛନ୍ତି l କେଟ ୨୦ ଟି ମୂଳ ଗଛକୁ ଟ୍ୟାଗ କରି ଶୀତଳ ଭଣ୍ଡାରରେ ରଖିଛନ୍ତି l ଏହାକୁ ୨୦୨୧ ରେ ଅଣାଯିବ l ନାସା ପକ୍ଷରୁ ଟ୍ୱିଟ ଜରିଆରେ ଏ ବିଷୟରେ ତଥ୍ୟ ଦିଅ ଯାଇଛି l ନାସା ଏହି ଉଦ୍ଭାବନର ନାମ ପ୍ଲାଣ୍ଟ ହାବିଟାଟ-୦୨ ରଖିଛି l ମୂଳାକୁ ସ୍ପେସ ଷ୍ଟେସନରେ ଉତ୍ପାଦନ କରିବା ପାଇଁ ଏଥିପାଇଁ ବଛା ଯାଇଛି କାରଣ ବୈଜ୍ଞାନିକ ମାନଙ୍କର ବିଶ୍ୱାସ ଥିଲା ଯେ ଏହା ୨୭ ଦିନ ମଧ୍ୟରେ ସମ୍ପୂଣ୍ଣ ପ୍ରସ୍ତୁତ ହୋଇଯିବ ମୂଳାର ଏହି ଫସଲରେ ପୋଷକତତ୍ୱ ମଧ୍ୟ ରହିଛି ଏହା ଖାଇବା ଉପଯୋଗୀ l
ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ମୂଳାର ଉତ୍ପାଦନ ପାଇଁ ଅଧୟନ କରାଯାଇଥିଲା l କାରଣ ଏହା ଶୀଘ୍ର ଉତ୍ପନ ହୋଇଥାଏ l ନାସାର ତଥ୍ୟ ଅନୁସାରେ ମୂଳାର ଉତ୍ପାଦନ ପାଇଁ କମ ସମୟର ଆବଶ୍ୟକତା ପଡିଥାଏ l ସ୍ପେସର ଯେଉଁ ଚ୍ୟାମ୍ବରରେ ଏହାକୁ ଉତ୍ପାଦନ କରାଯାଇଥିଲା ସେଠାରେ ଲାଲ ,ସବୁଜ ଓ ନୀଳ ଓ ଧଳା ରଙ୍ଗର ଏଲିଡି ଲାଇଟ ଆଲୋକ ଗଛ ମାନଙ୍କ ଉପରେ ପକା ଯାଇଥିଲା ,କାରଣ ଗଛ ଗୁଡିକ ଠିକରେ ବଢି ପାରିବେ l ଏହି ମୂଳା ଗୁଡିକ ଖାଦ୍ୟ ଉପଯୋଗୀ ବୋଲି ବୈଜ୍ଞାନିକ ମାନେ ମତ ଦେଇଛନ୍ତି l