Odisha news

୮ ମାସର କଅଁଳା ଝିଅକୁ ଛାଡି ଚାଲିଗଲା ମା, ବିକୃତ ମସ୍ତିସ୍କ ଥିବା କହିଲେ ଶାଶୁଘର ଲୋକେ। ଏପଟେ ମା କୁ ଝୁରୁଛି କୁନି ଝିଅ ପଲ୍ଲବୀ

0
କୋଦଳା ( ସୁଶାନ୍ତ କୁମାର ପଟ୍ଟନାୟକ)  : ୮ ମାସର କଅଁଳା ଝିଅକୁ ଛାଡି କେଉଁ ଆଡେ ଚାଲି ଯାଇଛି ମା, ଏପଟେ ମା ବିନା କଅଁଳା ଶିଶୁଟିର ଲାଳନପାଳନ ଏବେ କଷ୍ଟକର ହୋଇପଡିଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ କଞ୍ଚଣା ଗ୍ରାମରେ ।କଞ୍ଚଣା ଗ୍ରାମର ସଚିତ୍ର ବିଷୋୟୀ ଗତ ଫେବୃୟାରୀ ୨୦୧୯ ରେ ବୁଗୁଡା ବ୍ଲକ କଣଛାଇ ପଞ୍ଚାୟତ ମେଣ୍ଢାଖାଇ ଗ୍ରାମର ନିରଞ୍ଜନ ଭୂୟାଁଙ୍କ ବଡ଼ ଝିଅ ପିକିଂ ବିଷୋୟୀଙ୍କୁ ବିବାହ କରିଥିଲେ। ବିବାହ ପରେ ତାଙ୍କର ଏକ ଝିଅଟିଏ ଜନ୍ମ ହୋଇଥିଲା।
ତେବେ ପିକିଂ ଶାଶୁଘରେ ବେଳେ ବେଳେ ବିକୃତ ମସ୍ତିସ୍କ ଥିଲେ ଏବଂ ଘରର ଆସବାବପତ୍ର ଫିଙ୍ଗା ଫୋପଡା କରୁଥିଲେ। ଏହାର କାରଣ ଜାଣିବା ପାଇଁ ସ୍ବାମୀ ନିଜ ଶଶୁର ଘର ଲୋକଙ୍କୁ ପଚାରିବା ପରେ ସେ ମାନସିକ ରୋଗୀ ବୋଲି ଜଣାପଡିଥିଲା। ଏଥିପାଇଁ ତାଙ୍କୁ ମେଡିକାଲ୍ ବି ନେଇଥିଲେ ସଚିତ୍ର। ତେବେ ଗତ ୨୨ ନଭେମ୍ବର ୨୦୨୦ ରେ ସକାଳୁ ସକାଳୁ ବାରି ପଟ ଦେଇ କେଉଁଆଡ଼େ ଚାଲିଗଲେ ପିକିଂ। ଏହାପର ଠାରୁ ଲଗାତାର ପିକିଂ କୁ ଖୋଜିବା ପାଇଁ ଚେଷ୍ଟା କରୁଛନ୍ତି ଉଭୟ ପରିବାର। ତେବେ ପିକିଂ କଂ ପତ୍ତା ମିଳୁନଥିବା ବେଳେ ଏନେଇ ବେଗୁନିଆପଡ଼ା ଫାଣ୍ଡିରେ ମଧ୍ୟ ଅଭିଯୋଗ ଦିଆଯାଇଛି ।ଏପଟେ ୮ ମାସର କଅଁଳା ଝିଅ ପଲ୍ଲବୀକୁ ଲାଳନପାଳନ କରୁଛନ୍ତି ସଚିତ୍ର କଂ ମା ଓ ଭାଉଜ। ଯଦି କୌଣସି ସହୃଦୟ ବ୍ଯକ୍ତି ପିକିଂ କୁଂ କେଉଁଠି ଦେଖନ୍ତି କିମ୍ବା ସନ୍ଧାନ ପାଆନ୍ତି ବେଗୁନିଆପଡ଼ା ଫାଣ୍ଡି ନଚେତ୍ ସଚିତ୍ରକଂ ମୋବାଇଲ ନମ୍ବର ୮୨୩୮୨୩୪୫୪୧ ରେ ଯୋଗାଯୋଗ କରିବାକୁ ନିବେଦନ କରିଛନ୍ତି ପରିବାର ଲୋକେ।
Leave A Reply