Odisha news

କଳା ସଂସ୍କୃତି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ହଜାର ଟଙ୍କା ପ୍ରଦାନ

0

ତିହିଡି(Jadumani Panigrahi) : : ତିହିଡି ବ୍ଲକ ସରକାରୀ କଳା ସଂସ୍କୃତି ସଂଘର ଏକ ବୈଠକ ଉପସଭାପତି ସତ୍ୟବ୍ରତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ସୁବାସ ଚନ୍ଦ୍ର ମଳିକ ଯୋଗ ଦେଇ ସାଂପ୍ରତିକ କରୋନା ଜନିତ ପରିସ୍ଥିତିରେ ଗ୍ରାମାଞ୍ଚଳର କଳାକାର ମାନେ ବ÷ୁ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦୁ୍ୟତଲତା ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବନମାଳୀ ତ୍ରିପାଠୀ, ସଂଘର ସଂପାଦକ ସୁରେନ୍ଦ୍ର ସାହୁ, ମୁକ୍ତିକାନ୍ତ ଜେନା, ଭାଗିରଥି ସାହୁ, ଜୟନ୍ତ ନାୟକ, ମଧୁସୂଦନ ନାୟକ, ଅକ୍ଷୟ ମିଷ୍ର, ମହେନ୍ଦ୍ର ମାଝୀ, ଦିବାକର ମାଝୀ, କରୁଣାକର ମାଝୀ, ଶଙ୍କର୍ଷଣ ମାଝୀ, ଅନ୍ନପୂର୍ଣ୍ଣ ତ୍ରିପାଠୀ, ପୁଷ୍ପାଞ୍ଜଳି ତ୍ରିପାଠୀ, ମାନସୀ ସେନାପତି, ଆଦିତ୍ୟ ମହାଳିକ, ଭରତ ମହାଳିକ, ଭରତ ପରିଡା, ଈଶ୍ୱର ନାୟକ, ମଦନ ଦାସ, ଭାଗିରଥି ମହାଳିକ, ବୁଦ୍ଧିରାମ କୁଣ୍ଡ, ରଶ୍ମୀତା ଦାସ, ସୁରେନ୍ଦ୍ର ମହାନ୍ତି, ଚକ୍ରଧର ସାହୁ, ମୂରଲୀ ସେନାପତି, କେଶବ ଦାସ, ମୂରଲୀଧର କୁଣ୍ଡ ଓ କମଳାକାନ୍ତ ମଳିକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରେ ପୂର୍ବ ନିଷ୍ପତ୍ତି ମୁତାବକ ସଂଘ ପକ୍ଷରୁ କୋଭିଡ ପରିଚାଳନା ପାଇଁ ସରକାରଙ୍କ ଉଦେ୍ଦଶ୍ୟରେ ୧୦ ହଜାର ଟଙ୍କାର ସହାୟତା ବିଡିଓ ବସନ୍ତ କୁମାର ସାହାଣୀଙ୍କୁ ପ୍ରଦାନ କରାଯାଇଥିଲା ।

Leave A Reply