Odisha news

ଶ୍ରୀ ତ୍ରିନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମ୍ବର୍ଦ୍ଧନା ସଭା

0
ନର୍ଲା: (ଦୀପକ କୁମାର ଠାକୁର)ନର୍ଲା ବ୍ଳକ ଅନ୍ତର୍ଗତ ଗିଗିନା ଗ୍ରାମର ଶ୍ରୀ ତ୍ରିନାଥ ମନ୍ଦିର ପରିଚାଳନା କମିଟି ତରଫରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ବସନ୍ତ କୁମାର ବିଶି, ସମ୍ମାନୀତ ଅତିଥି ଭାବେ ସମାଜସେବୀ ଗୋବିନ୍ଦ ସାହୁ ଯୋଗଦେଇ ଥିଲେ। ଜାତୀୟ ସ୍ତରୀୟ ମେଡିକାଲ ଅଧ୍ୟୟନ କ୍ଷେତ୍ରରେ ଅପୂର୍ବ ସଫଳତା ପାଇଁ ଗିଗିନା ପଲ୍ଲୀ ମାଟିର ମହକ ସୁବାଷ ପଧାନଙ୍କୁ ମନ୍ଦିର ପରିଚାଳନା କମିଟି ତରଫରୁ ଅତିଥି ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଆଜକୁ ପ୍ରାୟ ଦଶ ବର୍ଷ ହେଲା ତ୍ରିନାଥ ମନ୍ଦିର ଆନୁକୂଲ୍ୟରେ ରାହାସ ପୂର୍ଣ୍ଣିମା ଉପଲକ୍ଷେ ପ୍ରତିବର୍ଷ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୁଏ ।
ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ନାମଯଜ୍ଞ ହୋଇ ନ ଥିଲା। ତେବେ ପୂର୍ବରୁ ନାମଯଜ୍ଞ କର୍ତ୍ତା,ପୂଜକ ଓ ଗୁରୁମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଧ୍ୟାପକ ଆଦିତ୍ୟ ଖମାରୀ,ବିଜୟ କୁମାର ବେହେରା, ଅବସରପ୍ରାପ୍ତ ନୈ।ସେନା କର୍ମଚାରୀ ସୁଶାନ୍ତ ବିଶି,ଦିଲୁ ବିଶି ଯୋଗଦାନ କରିଥିଲେ। ସଭାରେ ପରିଚାଳନା କମିଟି ସଭାପତି ବସନ୍ତ ପଧାନ ଓ ସଂପାଦକ ମର୍ଦ୍ଦରାଜ ଗଡତିଆ ସଭା ପରିଚାଳନା କରିଥିଲେ।
Leave A Reply