ବୋରିଗୁମ୍ମା (କେ.ସାକିଲି ଦୋରା) : ବୋରିଗୁମ୍ମା ବ୍ଲକ ହେଉଛି ଓଡିଶା ର ବୃହତ ବ୍ଲକ। ସାମାଜିକ ଓ ରାଜନୈତିକ କୋଣ ରୁ ବୋରିଗୁମ୍ମା ବ୍ଲକ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ବ୍ଲକ ୩୧ ଗୋଟି ପଂଚାୟତ କୁ ନେଇ ଗଠିତ। ବ୍ଲକରେ ପ୍ରାୟ ଦେଡ ଲକ୍ଷ ଲୋକ ଉକ୍ତ ବ୍ଲକ ଉପରେ ନିର୍ଭର କରିଥାନ୍ତି। ପ୍ରତିଟି ସରକାରୀ କାର୍ଯ୍ୟ ଦିବସ ରେ ବ୍ଲକରେ ସାଧାରଣ ଲୋକ ନ୍କ ସହ ଠିକାଦାର ଙ୍କ ଗହଳି ହୋଇଥାଏ। ବ୍ଲକ ର ଉପାନ୍ତ ଅଂଚଳରୁ ନିଜ ଗୁହାରୀ ଜଣାଇବା ପାଇଁ ଲୋକେ ବ୍ଲକର ମୁଖ୍ୟ ବିଡିଓ ପାଖକୁ ଆସିଥାନ୍ତି।
ଯଦି ବିଡିଓ ମହାଶୟ କୌଣସି କାର୍ଯ୍ୟରେ ବ୍ୟସ୍ତ ଥିଲେ ଏବିଡ଼ିଓ ତଥା ବ୍ଲକର ଅନ୍ୟ ଅଧିକାରୀ ମାନେ ଲୋକଙ୍କ ସମସ୍ୟା ବୁଝିଥାନ୍ତି। କିନ୍ତୁ ବିଡ଼ିଓ ଛୁଟିରେ ଗଲା ପରେ ବ୍ଲକ ରେ ବାଘ ଘରେ ମିରିଗି ନାଟ ହେଉଥିବା ଅଭିଯୋଗ ହେଉଛି। ବୋରିଗୁମ୍ମା ବ୍ଲକରେ କାର୍ଯ୍ୟରତ ବିଡିଓ ମହାଶୟ ଶ୍ରୀ ପ୍ରଣୟ ରଞ୍ଜନ ବେହେରା ଏକ ସପ୍ତାହ ରୁ ଉର୍ଦ୍ଧ୍ବ ଛୁଟିରେ ଅଛନ୍ତି।
ବିଡିଓ ଛୁଟିରେ ଗଲା ପରେ ବ୍ଲକ ପରିସର ଖାଁ ଖାଁ ହୋଇଯାଇଛି। ବିଶେଷ ଭାବେ ସରକାରୀ ଦିବସରେ ସାଧାରଣ ଲୋକଙ୍କ ଗହଳ ଚହଳ ନାହିଁ। ଯେଉଁ ଲୋକ ମାନେ ସମସ୍ୟା ନେଇ ଆସୁଛନ୍ତି। ସେମାନଙ୍କ ସମସ୍ୟା ବୁଝିବା ପାଇଁ କୌଣସି ଅଧିକାରୀ ନାହାନ୍ତି। ଆଜି ହେଉଛି ମଙ୍ଗଳବାର। ଦୀର୍ଘ ତିନି ଦିନର ଛୁଟି ପରେ ଆଜି ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା। କିନ୍ତୁ ବିଡିଓ ନ ଥିବା ଯୋଗୁଁ ବ୍ଲକ ପରିସର ଖାଁ ଖାଁ।ବିଡିଓ ଙ୍କ ଅନୁପସ୍ଥିତ ଦେଖି ବହୁ କର୍ମଚାରୀ ବ୍ଲକରେ ନ ଥିବା ଅଭିଯୋଗ ହୋଇଛି। କିଛି କ୍ଷେତ୍ର କର୍ମଚାରୀ ବ୍ଲକ ପରିସରରେ ରେ ବୁଲୁଥିବା ଦେଖାଦେଇଛି। ସର୍ଗିଗୁଡା ପଂଚାୟତ ଅଧିନ ବଡ଼ ଦୁବୁଲି ଗ୍ରାମର କିଛି ଲୋକ ବିଡିଓ ଙ୍କୁ ନିଜ ସମସ୍ୟା କହିବାକୁ ଆସିଥିଲେ।
କିନ୍ତୁ ବ୍ଲକ ରେ ଅନ୍ୟ କୌଣସି ଅଧିକାରୀ ଙ୍କୁ ନ ପାଇ ନିରାଶ ରେ ଫେରିଛନ୍ତି। ସେହିପରି ମୁଂଜା ଗ୍ରାମର କିଛି ଲୋକ ବ୍ଲକ ଆସିଥିଲେ। ସେମାନେ ବି କୌଣସି ଅଧିକାରୀ ବ୍ଲକ ରେ ନ ଥିବା ନିଜ ଗ୍ରାମକୁ ଫେରିଛନ୍ତି।ଏଠି ପ୍ରଶ୍ନ ଉଠୁଛି କୁ ବିଡ଼ିଓ ନ ଥିଲେ ଅନ୍ୟ କର୍ମଚାରୀ ବ୍ଲକରେ ରହିବେନି କି ? ଯେଉଁଠି ସାଧାରଣ ଲୋକଙ୍କ ଟଙ୍କାରେ ସରକାର ଚାଲେ ସେଠି ଏ କିପରି ସରକାରୀ ବ୍ୟବସ୍ଥା। ଜଣେ ଅବସରପ୍ରାପ୍ତ କର୍ମଚାରୀ କହିଛନ୍ତି ଯେ ଏହି ବ୍ୟବସ୍ଥା କେବଳ ବ୍ଲକରେ ନୁହେଁ ,ବରଂ ଜିଲ୍ଲା ଓ ରାଜ୍ୟ ସ୍ତରରେ ଦେଖା ଦେଇଥାଏ।