Odisha news

ରାମାୟଣର ରୋଚକ କଥା : ଲକ୍ଷ୍ମଣଙ୍କ ମନରେ ସୀତାଙ୍କ ପ୍ରତି ଥିଲା ଏହି ଭଳି ଭାବନା

0

ରାମାୟଣର ଛୋଟ ଛୋଟ କଥା ଆମକୁ ଅନେକ ପ୍ରେରଣା ଯୋଗାଇଥାଏ l ରାମାୟଣର ମୂଳ ମନ୍ତ୍ର ହେଲା ବ୍ୟକ୍ତି କୁ ଗୋଟିଏ ଆଦର୍ଶ ଜୀବନ ବଞ୍ଚିବାର ପ୍ରେରଣା ଦେଇଥାଏ l ୧୪ ବର୍ଷର ବନବାସ ସମାୟାରେ ସୀତା ହରଣ ପୂର୍ବରୁ ମାତା ସୀତା ମାରିଚର ମାୟା ଜାଲରେ ପଡି ଯାଇଥିଲେ ଓ ପ୍ରଭୁ ରାମଚନ୍ଦ୍ରଙ୍କୁ ସ୍ୱର୍ଣ୍ଣ ମୃଗ ଆଣିବା ପାଇଁ ବାଧ୍ୟ କରିଥିଲେ l ପ୍ରଭୁ ରାମଚନ୍ଦ୍ର ମୃଗର ଶିକାର କରିବା ପାଇଁ ମୃଗ ପଛେ ପଛେ ଧାଇଁଥିଲେ l ଶେଷରେ ରାମଚନ୍ଦ୍ର ସନ୍ଧାନ କରିଥିବା ବାଣ ଦ୍ୱାରା ମୃଗ ଆହତ ହୋଇଯାଇଥିଲା l କିନ୍ତୁ ସେହି ସମୟରେ ଭଗବାନ ରାମଙ୍କର ଫେରିବାରେ ଡେରି ହୋଇଥିଲା l

ତେଣୁ ମାତା ସୀତାଙ୍କ ମନ ପ୍ରଭୁ ରାମଚନ୍ଦ୍ରଙ୍କ ପାଇଁ ଆକୁଳ ହୋଇ ଉଠିଥିଲା l ମାତା ସୀତା ଲକ୍ଷ୍ମଣଙ୍କୁ ଅନୁରୋଧ କରିଥିଲେ ରାମଚନ୍ଦ୍ରଙ୍କୁ ଖୋଜିବା ପାଇଁ l ଲକ୍ଷ୍ମଣ ମାତା ସୀତାଙ୍କର ଆଜ୍ଞା ପାଳନ କରିବା ପାଇଁ ବଣକୁ ଯଇଥିଲେ ଓ ଯିବା ସମୟରେ ଲକ୍ଷ୍ମଣ ମାଟି ଉପରେ ତିନଟି ଗାର ଟାଣିଦେଇ କହିଲେ ଯେ କୌଣସି ପରିସ୍ଥିତିରେ ଏହି ରେଖାକୁ ପାର କରିବା ନାହିଁ l ଲକ୍ଷ୍ମଣ ଯିବାପରେ ରାବଣ ଗୋଟିଏ ସନ୍ୟାସୀର ରୂପ ଧାରଣା କରି ଭିକ୍ଷା ମାଗିବାକୁ ଆସିଥିଲା l ମାତା ସୀତା ଭୂମିରେ ଟଣା ଯାଇଥିବା ରେଖା ଭିତରେ ରହି ଭିକ୍ଷା ଦେବାପାଇଁ ପ୍ରୟାସ କରିଥିଲେ ,କିନ୍ତୁ ରାବଣ ସୀମାରେଖାରୁ ବାହାରି ଭିକ୍ଷା ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲା l ମାତା ସୀତା ରାବଣକୁ ଗୋଟିଏ ସାଧୁ ଭାବି ଲକ୍ଷ୍ମଣରେଖାକୁ ପର କରି ଯାଇଥିଲେ l ସେତେବେଳେ ରାବଣ ନିଜର ଅସଲି ରୂପରେ ଆସି ସୀତାଙ୍କୁ ଅପହରଣ କରି ନେଇଥିଲା l

ଯେତେବେଳେ ରାମଚନ୍ଦ୍ର ଓ ଲକ୍ଷ୍ମଣ କୁଟୀରକୁ ଫେରିଥିଲେ ସେତେବେଳେ ସେଠାରେ ସୀତାଙ୍କୁ ନପାଇ ଆଶଙ୍କା କରିଥିଲେ l ଏହାପରେ ମାତା ସୀତାଙ୍କୁ ଖୋଜିବା ପାଇଁ ଦୁଇ ଭାଇ ବାହାରି ପଡିଲେ l ମାତା ସୀତାଙ୍କୁ ଖୋଜି ଖୋଜି ଯିବା ବେଳକୁ ସେମାନଙ୍କୁ ସୀତାଙ୍କର କିଛି ଆଭୁଷଣ ମିଳିଥିଲା l ରାମଚନ୍ଦ୍ର ସେହି ଆଭୁଷଣ ମାନଙ୍କ ମଧ୍ୟରୁ ଗୋଟିଏ କାନଫୁଲ ଦେଖାଇ ଲକ୍ଷ୍ମଣ  ପଚାରିଥିଲେ ଏହି କାନଫୁଲଟି ସୀତାଙ୍କର ଅଟେ କିନ୍ତୁ ଏହା ଏହି ଘୋର ଜଙ୍ଗଲକୁ କିପରି ଆସିଲା l ସେହି ସମୟରେ ଲକ୍ଷ୍ମଣ ଭାବ ବିହଲ ହୋଇ କହିଥିଲେ “ଭାଇ ,ଏହି କାନଫୁଲ ଭାଉଜଙ୍କର ବୋଲି ମୁଁ କିପରି ଜାଣିବି ,ମୁଁତ କେବେବି ଭାଉଜଙ୍କ ଶ୍ରୀ ମୁଖ ଦେଖିନାହିଁ l ମୁଁ ସର୍ବଦା ଗୋଟିଏ ପୁତ୍ର ଓ ସେବକ ଭାବରେ ଭାଉଜଙ୍କର ଚରଣ ଯୁଗଳକୁ ଦେଖିଚି l ତେଣୁକରି ମୁଁ ତାଙ୍କର କେବଳ ପାଉଁଜିକୁ ଜାଣିପାରିବି l “ଲକ୍ଷ୍ମଣଙ୍କର ଏହି କଥାକୁ ଶୁଣି ଭଗବାନ ରାମ ,ଲକ୍ଷ୍ମଣ ମନରେ ସୀତାଙ୍କ ପ୍ରତି ଥିବା ଭକ୍ତି ଓ ଶ୍ରଧାକୁ ଦେଖି ଆନନ୍ଦିତ ହୋଇଥିଲେ l

Leave A Reply