ଫୁଲବାଣୀ (Santosh Mishra) : କନ୍ଧମାଳ ଜିଲା ରାଇକିଆ ବ୍ଳକର ନୂତନ ବ୍ଳକ ଯୁବ ବିଜେଡି ସଭାପତି ଭାବେ ନିଯୁକ୍ତି ପାଇଥିବା ସୁଧାଂଶୁ ପାଣିଗ୍ରାହୀଙ୍କ ଆଜି ଦଳୀୟ କର୍ମୀ ଓ କର୍ମକର୍ତା ମାନେ ସମ୍ବର୍ଦ୍ଧନା ଜଣାଇଛନ୍ତି । ତାଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି ତାହାକୁ ସେ ନିଷ୍ଠାର ସହ ତୁଲାଇବେ ବୋଲି ପ୍ରତିଶୃତି ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥି ସହିତ ନୂତନ ଭାବେ ମନୋନିତ ଛାତ୍ର ସଭାପତି ରୋଷନ ନାୟକ ଓ ଯୁବ ବିଜେଡ଼ି ସଂପାଦକ ମିଥୁନ୍ ଦିଗାଲଙ୍କୁ ମଧ୍ୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇତିଲା । କାର୍ଯ୍ୟକ୍ରମରେ ଜିଲା ବିଜେଡ଼ି ସଂଖ୍ୟାଲଘୁ ସେଲ୍ର ଜୟାନନ୍ଦ ନାୟକ , ବ୍ଳକ ବିଜେନି ସଭାପତି ରାଜ ମୋହନ ଦିଗାଲ ,ଜିଲା ପରିଷଦ ସଭ୍ୟ ମୃତୁ୍ୟଞ୍ଜୟ ପାତ୍ର ଓ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ ।