ଫୁଲବାଣୀ (Santosh Mishra) : କୋଟଗଡ଼ ବ୍ଳକରେ ଓଡ଼ିଶା ମିଲେଟ୍ ମିଶନ୍ର ବ୍ଳକ ସ୍ତରୀୟ ମାଣ୍ଡିଆ କ୍ରୟ କମିଟିର ଏକ ବ୍ଳକ ବ୍ଳକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଳକ ସ୍ତରୀୟ ନୂତନ କମିଟି ଗଠନ କରାଯିବା ସହିତ ଏଥିରେ ମାଣ୍ଡିଆ କ୍ରୟ ସହଯୋଗ ପାଇଁ କମିଟିର କର୍ମକର୍ତା ମାନଙ୍କୁ ପରାମର୍ଶ ଦିଆଯାଇଥିଲା । ସେହିଭଳି ମାଣ୍ଡିଆ ବିକ୍ରୟ ପାଇଁ ଲ୍ୟାମ୍ପସରେ ନାମ ପଞ୍ଜିକରଣ ଦିଗରେ ମଧ୍ୟ ଆଲୋଚନା କରାଯାଇଥିଲା ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ କୋଟଗଡ଼ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ , ବ୍ଳକ ସମିତି ଉପାଧ୍ୟକ୍ଷ ଜି.ଭି.ରମଣ ରାଓ , ବ୍ଳକ କୃଷି ଅଧିକାରୀ ସୁମନ୍ତ ନାୟକ , ଜିଲା ସଂଯୋଜକ ଯଶବନ୍ତ ବଳିଆରସିଂଙ୍କ ସମେତ ୫ଟି ପଂଚାୟତ କୋଟଗଡ଼ , ଦୁର୍ଗାପଙ୍ଗା , ଓରା , ମାର୍ଲାଙ୍ଗା , ମାଦାଗୁଡ଼ା ଓ ବିପିଏମ୍ ଦାୟିତ୍ୱରେ ଥିବା ବାଦଲ ପ୍ରଧାନ , ଗୁଗୁରୁମାହା ସମିତି ସଭ୍ୟ ପିଷ୍ଟୁ ମଲିକ , ସରପଂଚ ପ୍ରଶାନ୍ତ ମଲିକ ଓ ଅନ୍ୟମାନେ ଏଥିରେ ସାମିଲ୍ ହୋଇ ଆଲୋଚନାରେ ଭାଗନେଇଥିଲେ । ସରୋଜ ବେହେରା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରେ ସଚେତନତା ପାଇଁ ଏକ ସଚେତନତା ରଥ ମଧ୍ୟ ଉଦ୍ଘାଟିତ ହୋଇଥିଲା ।