Odisha news

ସ୍ଥାୟୀ ନିଯୁକ୍ତି ଦାବୀରେ ଧାରଣାରେ ବସିଲେ ମହିଳା ସ୍ୱାସ୍ଥ୍ୟ କର୍ମୀ

0

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଦିର୍ଘ ତିନି ମାସଧରି କୋଭିଡ କାର୍ଯ୍ୟରେ ନିୟୋଜିତ ଥିବା ୧୬୪ ଜଣ ମହିଳା ସ୍ୱାସ୍ଥ୍ୟ କର୍ମୀମାନେ ଆଜି ସେମାନଙ୍କର ନିଯୁକ୍ତିର ଅବଧି ଶେଷ ହେବାପରେ ସେମାନେ କୋଭିଡ କାଳରେ ନିଜକୁ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ପଛରେ ପକାଇ ନିଷ୍ଠାପର ବାବରେ କରିଆସିଥିବାରୁ ଏହି ପଦବୀରେ ସ୍ଥାୟୀ ନିଯୁକ୍ତି ଦାବୀରେ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ବସିଛନ୍ତି । ଜିଲ୍ଲାରେ କୋଭିଡ ସଂକ୍ରମଣର ଭୟାବହତା ସମୟରେ ଲୋକେ ଘରୁ ବାହାରୁ ନଥିବାବେଳେ ସେମାନେ ଏହାକୁ ଭୃକ୍ଷେପ ନକରି ଘରଘର ବୁଲି ଲୋକଙ୍କ କୋଭିଡ ପରିକ୍ଷା କରି ଆସିଥିଲେ । ଏହାସହିତ ଜିଲ୍ଲାରେ ଏହି ସମୟରେ ଖୋଲାଯାଇ ଥିବା ବିଭିନ୍ନ କୋଭିଡ କେୟାର ସେଣ୍ଟର ମାନଙ୍କରେ ସଂକ୍ରମିତ ରୋଗୀ ମାନଙ୍କୁ ନିଜର ସଂକ୍ରମଣର ଭୟ ଥିଲେ ମଧ୍ୟ ତାକୁ ଖାତିର ନକରି ଲୋକଙ୍କୁ ସେବା ଯୋଗାଇ ଆସିଛନ୍ତି ।

ତେବେ ଆଜି ସେମାନଙ୍କର ନିଯୁକ୍ତି ରାଜିନାମାର ଅବଧି ଶେଷ ହେବାପରେ ସେମାନେ ବେରୋଜଗାର ହୋଇଯିବା ସହିତ ସେମାନଙ୍କ ପରିବାରକୁ ଆର୍ଥିକ ଅନାଟନକୁ ଚାଲିଯିବା କହିବା ସହିତ ସେମାନଙ୍କୁ ଏହି ପଦବୀରେ ପୁଣି ଥରେ ସେମାନଙ୍କୁ ଏହି ପଦବୀରେ ସ୍ଥାୟୀ ଭାବରେ ନିଯୁକ୍ତି ଦେବାକୁ ଦାବୀ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀଙ୍କ ପାଖରେ । ଏହାପୁର୍ବରୁ ସେମାନେ ଏନେଇ କନ୍ଧମାଳ ଜିଲ୍ଲାପାଳ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କର ଏହି ଦାବୀ ଜଣାଇଥିଲେ କିନ୍ତୁ ଏହାର କୌଣସି ଫଳ ନମିଳିବାରୁ ଆଜି ସେମାନେ ଏହି ଧାରଣାରେ ବସିଛନ୍ତି ବୋଲି ସଂଘର ସଭାନେତ୍ରୀ ସସ୍ମିତା ପ୍ରଧାନ ଏବଂ ଏଥିରେ ନେତୃତ୍ୱ ନେଇଥିବା ପି୍ରୟତମା ପ୍ରଧାନ କହିଛନ୍ତି । ସେମାନଙ୍କ ସମେତ ଆଶାଲତା ପ୍ରଧାନ,ପ୍ରମୋଦା ପ୍ରଧାନ,ଚିନ୍ମୟୀ ବେହେରା,ଅନୁପମା ନାୟକ,ରୋଜାଲିନ ଦିଗାଲ,ନାମିତା କହଁର,ସାଗରିକା ମାଲ୍ଲିକ,ମାନସି ପ୍ରଧାନଙ୍କ ସମେତ ଶତାଧିକ ମହିଲା ସ୍ୱାସ୍ଥ୍ୟ କର୍ମୀମାନେ ଯୋଗ ଦେଇଥିଲେ ।

 

Leave A Reply