ଆସିକା : ସ୍ଥାନୀୟ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁ ଙ୍କ ଇସ୍ତଫା ଦାବୀ କରାଯାଇଛି। ଦଳର ଘୁମୁସର ମଣ୍ଡଳ ଦ୍ଵାରା ଶନିବାର ଦିନ ଆସିକା ଠାରେଏଥି ନେଇ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ଘୁମୁସର ମଣ୍ଡଳ ସଭାପତି ଗୋକୁଳାନନ୍ଦ ମଲ୍ଲିକ ଙ୍କ ନେତୃତ୍ଵ ରେ ଦଳୀୟ ନେତା ଓ କର୍ମୀ ମାନେ ବିଜୁ ଛକ ରୁ ଶୋଭାଯାତ୍ରା ରେ ବସଷ୍ଟାଣ୍ଡ ମୁଖ୍ୟ ରାସ୍ତା ଯାଏଁ ଆସିଥିଲେ।
ସେଠାରେ ଅନୁଷ୍ଠିତ ସଭାରେ ଶ୍ରୀମଲ୍ଲିକ ଙ୍କ ସମେତ ବିଜେପି ଦଳର ନେତା ତଥା ପୂର୍ବତନ ବିଧାୟକ ଦେବରାଜ ମହାନ୍ତି, ରାଜ୍ୟ କାର୍ଯ୍ୟ କାରିଣୀ ସଭ୍ୟ ସୂର୍ଯ୍ୟ ନାରାୟଣ ଦାସ,ଅରୁଣ ପଣ୍ଡା,ମହିଳା ମୋର୍ଚ୍ଚା ର ନେତ୍ରୀ ଅନିତା ଶୁଭଦର୍ଶୀନୀ ପଟ୍ଟନାୟକ,ପୂର୍ବତନ ଏନଏସି ଚେଇରମ୍ୟାନ ମଧୁସ୍ମିତା ପୋଲାଇ,ନାରାୟଣ ବେହେରା, ଦୁର୍ଗା ଚରଣ ପଟ୍ଟନାୟକ, ବିଦ୍ୟାନ୍ତ ଚର୍ଚି,ରଞ୍ଜନ ପଣ୍ଡା, ସରୋଜ ଭଞ୍ଜ ପ୍ରମୁଖ ନୟାଗଡ଼ ର ଶିଶୁ ପରୀ ହତ୍ୟାକାଣ୍ଡ ଘଟଣା ର ତୀବ୍ର ନିନ୍ଦା କରିଥିଲେ। ଶାସକ ବିଜେଡି ଦଳ ର ମନ୍ତ୍ରୀ ଅରୁଣ ସାହୁ ଓ ଅନ୍ୟ ନେତା ଙ୍କ ସଂପୃକ୍ତି ଥିବା ଅଭିଯୋଗ କରି ସିବିଆଇ ତଦନ୍ତ ଦାବୀ କରିଥିଲେ।ଦଳପକ୍ଷରୁ ମନ୍ତ୍ରୀଶ୍ରୀ ସାହୁ ଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଥିଲା।