Odisha news

ଦାଦନ ଖଟିବାକୁ ଯାଇ ଦୁଇ ଶ୍ରମିକ ୪ ବର୍ଷ ହେବ ନିଖୋଜ : ଦୁଇ ଶ୍ରମିକଙ୍କ ଫେରିବା ବାଟ କୁ ଚାହିଁ ବସିଛନ୍ତି ପରିବାର ଲୋକେ

0
ବୋରିଗୁମ୍ମା (କେ.ସାକିଲ୍ ଡୋରା ) ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଲୋକେ କାମଧନ୍ଦା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି। କିନ୍ତୁ ବହୁ ଦାଦନ ଶ୍ରମିକ ନିଜ ଘରକୁଫେରୁ ନ ଥିବା ଦେଖାଦେଇଛି। ଏହିଭଳି ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମୁଡା ଗ୍ରାମରେ। ଗୁମୁଡା ଗ୍ରାମରେ ବସବାସ କରୁଥିବା ଦୁଇ ଆଦିବାସୀ ସମ୍ପ୍ରଦାୟ ର ଲୋକ ଦୀର୍ଘ ଚାରି ବର୍ଷ ହେବ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି। କିନ୍ତୁ ସେମାନଙ୍କ କେଉଁଠି କାମ କରୁଛନ୍ତି ,କିଭଳି ଅଛନ୍ତି କିଛି ଖୋଜଖବର ନାହିଁ।
ଅନ୍ୟ ପଟେ ଦୁଇ ଦାଦନ ଶ୍ରମିକ ଙ୍କ ପରିବାର ସେମାନଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ଗୁମୁଡା ଗ୍ରାମର ୬୦ ବର୍ଷୀୟ ଶୁକରୁ ମୁଦୁଲି , ସୁରେନ୍ଦ୍ର ଧୋବା ଓ ହରିଗୁଡା ଗ୍ରାମର ସୁନା ମୁଦୁଲି ଏବଂ ଅନ୍ୟ ଜଣେ ଶ୍ରମିକ କାମଧନ୍ଦା ନିମନ୍ତେ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ଯାଇଥିଲେ। ସେମାନେ ଯିବାର ଠିକ ତିନି ମାସ ପରେ ତିନି ଜଣ ଶ୍ରମିକ ଗୁମୁଡା ଫେରିଆସିଲେ। କିନ୍ତୁ ରହିଗଲା ଶୁକରୁ ମୁଦୁଲି।ଫେରିଥିବା ତିନି ଶ୍ରମିକ ମାନେ ଶୁକରୁ ବସ ରୁ କେଉଁଆଡ଼େ ଚାଲିଗଲା ବୋଲି ଶୁକରୁ ର ପରିବାର ସଫେଇ ଦେଇଥିଲେ।
ସେହି ଦିନ ଠାରୁ ଶୁକରୁ ମୁଦୁଲି ଘରକୁ ଫେରିନାହଁ। ଶୁକରୁ ର ଦୁଇ ପୁଅ, ସ୍ତ୍ରୀ ସନେଇ ମୁଦୁଲି,ବୁଡି ମାଆ ଜେମା ମୁଦୁଲି। ନିଜ ଚାଷ ଜମି କିଛି ନ ଥିବା ବେଳେ ବହୁ କଷ୍ଟ ରେ ଚଳୁଛନ୍ତି ଶୁକରୁ ର ପରିବାର। ବୁଡି ମାଆ ନିଜ ରୋଜଗାରିଆ ପୁଅ ବାଟ କୁ ଚାହିଁ ବସିଛି।ଅନ୍ୟପଟ ଶୁକରୁ ର ପୁଅ ନିଳାମ୍ବର ମୁଦୁଲି ନିଜ ବାପା ନ ଫେରିବାରୁ ବି ସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତ ଫଳ ଶୁନ। ସେହିଭଳି ଅନ୍ୟ ଜଣେ ଦାଦନ ଶ୍ରମିକ ହେଉଛନ୍ତି ଡମୁ ଯାନୀ।
ଡମୁ ଦୀର୍ଘ ଚାରି ବର୍ଷ ହେବ ଦାଦନ ଖଟିବାକୁ ଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଡମୁ ର କିଛି ଖବର ନ ଥିବା ଡମୁ ର ସ୍ତ୍ରୀ ମୋତି ଯାନୀ। ନିଜ ର ଦୁଇ ପୁଅଙ୍କୁ ଧରି ଭଙ୍ଗା ଦଦରା ଘରେ ପଡି ରହିଛନ୍ତି। କୁଲି ଗଲେ ଘରେ ଚୁଲି ଜଳେ। ବହୁ ଦିନ ଓଳିଏ ଖାଇଲେ ,ଓଳିଏ ଉପାସ।ଏଭଳି ସ୍ଥିତିରେ ଡମୁ ର ପରିବାର ଦିନ କାଟୁଛନ୍ତି। ମହାମାରୀ କରୋନା ପାଇଁ ସରକାର ଦୀର୍ଘ ଆଠ ମାସ କେତେବେଳେ ଲକ ଡାଉନ ତ କେତେବେଳେ ସଟ ଡାଉନ କରୁଛନ୍ତି।ଏହିଭଳି ଦୁଃଖଦ ଅବସ୍ଥାରେ ଦୁଇ ଶ୍ରମିକ ଙ୍କ ପରିବାର ଭାଙ୍ଗି ପଡିଛନ୍ତି। ଦୁଇ ଶ୍ରମିକ ଙ୍କ ଫେରାଇ ଆଣିବାକୁ ଶ୍ରମ ବିଭାଗ କୁ ଅନୁରୋଧ କରିଛନ୍ତି ,ପରିବାର ଓ ଗ୍ରାମବାସୀ।
Leave A Reply