Odisha news

ମୁସ୍ଲିମ ରାଷ୍ଟ୍ରମାନଙ୍କର ସଂଗଠନ ପାକିସ୍ତାନକୁ ଦେଲା ବଡ଼ ଝଟକା

0

ନୂଆଦିଲ୍ଲୀ – ପାକିସ୍ତାନକୁ ଇସ୍ଲାମିକ ରାଷ୍ଟ୍ର ମାନଙ୍କ ସଂଗଠନ OIC ରୁ ଆଉଥରେ ପୁଣି ମିଳିଛି କାଶ୍ମୀର ପ୍ରସଙ୍ଗକୁ ନେଇ ଝଟକା l ଇସ୍ଲାମିକ ସହଯୋଗ ସଂଗଠନ ର ବିଦେଶ ମନ୍ତ୍ରୀଙ୍କ ବୈଠକରେ କାଶ୍ମୀର ପ୍ରସଙ୍ଗକୁ ସାମିଲ କରାଗଲା ନାହିଁ l କିନ୍ତୁ ପାକିସ୍ତାନ ଏହାକୁ ମାନିବାକୁ ପ୍ରସ୍ତୁତ ନୁହେଁ l OIC ଉଭୟ ଇଂରାଜୀ ଓ ଆରବୀ ଭାଷାରେ ବୟାନ ଜାରି କରିଛି l ଏହି ବୟାନ OIC  ର ଶୁକ୍ରବାର ଦିନ ନାଇଜର ରାଜଧାନୀ ନୟମି ଠାରେ ହେବାକୁ ଥିବା ବୈଠକ ପାଇଁ ଜାରି କରାଯାଇଥିଲା l

ଏଥିରେ କାଶ୍ମୀର ପ୍ରସଙ୍ଗର ଆଦୌ କୌଣସି ବିଷୟକୁ ନେଇ ଚର୍ଚା ହୋଇ ନଥିଲା l ସାଉଦି ଆରବ ଏହି ବୈଠକର ନେତୃତ୍ୱ କରୁଛି l ପାକିସ୍ତାନ ଖବର କାଗଜ ଡ଼ନ ରେ ପ୍ରକାଶ ପାଇଛି ଯେ ଚଳିତ ଥର କାଶ୍ମୀର OIC ଏଜେଣ୍ଡାରୁ ସେତେବେଳେ ବାହାରିଛି ଯେତେବେଳେ ପାକିସ୍ତାନ ର ସମ୍ପର୍କ ସାଉଦି ଆରବ ଓ ସଂଯୁକ୍ତ ଆରବ ଅମିରଟ ସହ ଅତାନ୍ତ ଖରାପ ଚାଲିଛି l

ପାକିସ୍ତାନ ର ବିଦେଶ ମନ୍ତ୍ରଣାଳୟ ର ପ୍ରବକ୍ତା ଗଣମାଧ୍ୟମ ର ସମସ୍ତ ପ୍ରଶ୍ନ ର ଉତର ଦେଇ କହିଛନ୍ତି କାଶ୍ମୀର OIC ର ସ୍ଥାନୀୟ ପ୍ରସଙ୍ଗ ଅଟେ l ସେ କହିଛନ୍ତି ଯେ କାଶ୍ମୀରର ସ୍ୱତନ୍ତ୍ର ସ୍ଥାନ ହଟିବ ପରେ ଏହା CFM  ର ପ୍ରଥମ ବୈଠକ ଅଟେ l ପାକିସ୍ତାନ ଆଶା ପ୍ରକଟ କରିଥିଲା ଚଳିତ ଥର ତାକୁ କାଶ୍ମୀର ପ୍ରସଙ୍ଗକୁ ନେଇ ଅନେକ ସମର୍ଥନ ମିଳିବ l ପାକିସ୍ତାନ ଗୋଟିଏ ମୁସଲିମ ରାଷ୍ଟ୍ର ହୋଇଥିବା କାରଣରୁ ଭାବିଥିଲା ଯେ କାଶ୍ମୀର ପ୍ରସଙ୍ଗକୁ ନେଇ ତାକୁ OIC  ସମର୍ଥନ କରିବା l ତେଣୁ ସେ ଏହି ପ୍ରସଙ୍ଗକୁ ଅତି ଯୋରରେ ଉଠାଇଥିଲା l କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ତାକୁ କୌଣସି ସମର୍ଥନ ମିଳିନାହିଁ ଓ ଭାରତର ସୌଦି ଆରବ ସହିତ ସମ୍ପର୍କ ମଝବୁତ ହୋଇ ଯାଇଛି l ତା ସହିତ UAE ମଧ୍ୟ ପାକିସ୍ତାନୀ ମାନଙ୍କୁ ନୂଆ ଭିସା ଦେବାରେ ପ୍ରତିବନ୍ଧକ ଲାଗିଛି l

Leave A Reply