ନୂଆଦିଲ୍ଲୀ : ନିଜ ଜେଜେ ମାଙ୍କ ଇଛା ପୁରାଣ କରିବା ପାଇଁ ଓ ତାଙ୍କର ସମ୍ମାନ ରକ୍ଷା କରିବା ପାଇଁ ଦୁଇଜଣ ନାତି ଗୋଟିଏ ଅପୂର୍ବ କାମ କରିଛନ୍ତି l ଜେଜେମାଙ୍କ ଇଛା ଥିଲା ବିବାହ ପରେ ତାଙ୍କର ନାତୁଣୀ ବୋହୁ ମାନେ ହେଲିକ୍ୟାପ୍ଟରରେ ଘରକୁ ଆସନ୍ତୁ l ତେଣୁକରି ବୋହୂମାନେ ଯେହେତୁ ବିବାହ ପରେ ହେଲିକପ୍ଟର ଗାଁକୁ ଆସିବେ ସେଥିପାଇଁ ଗାଁ ନିକଟରେ ହେଲିପ୍ୟାଡ଼ ପ୍ରସ୍ତୁତ କରାଗଲା l ଏହି ଘଟଣାଟି ହେଉଛି ରାଜସ୍ଥାନର କୋଟ ଜିଲ୍ଲାର l କୋଟା ଜିଲ୍ଲାରେ ଗୁରୁବାର ଦିନ ଗୋଟିଏ ପରିବାରର ପୁଅ ବୋହୁଙ୍କ ପାଇଁ ହେଲିକପ୍ଟର ସାରଥୀ ହୋଇଥିଲା ,ଯେଉଁଠାରେ କରୋନା ମହାମାରୀ ଯୋଗୁ ବିବାହ ସମାରୋହର ସମସ୍ତ ଗାଇଡଲାଇନକୁ ଅନୁସରଣ କରା ଯାଉଥିଲା l
କୋଟାରେ ଗୋଟିଏ ଜେଜେମାର ଖୁଶିପାଇଁ ନାତି ନାତୁଣୀ ବୋହୂକୁ ଧରି ହେଲିକାପ୍ଟରୁ ଓଲ୍ହାଇଲା l ଏହି ବିବାହ କାର୍ଯ୍ୟ ଅଶୋକ ମେଲବଙ୍କ ପରିବାରରେ ସମ୍ପର୍ଣ ହୋଇଥିଲା l ଅଶୋକଙ୍କ ବଡ ପୁଅ ପଙ୍କଜଙ୍କର ବିବାହ ଭବାନୀ ପୁରା ନିବାସୀ କୋମଲ ସହିତ ହୋଇଥିବା ବେଳେ ସାନ ପୁଅ ଲଳିତର ବିବାହ ଦିପପୁରା ନିବାସୀ ରଶ୍ମିତା ସହିତ ହୋଇଥିଲା l ବିବାହ ପରେ ଏହି ଦୁଇଯୋଡ଼ା ପତି ପତ୍ନୀଙ୍କୁ ତାଙ୍କ ଗ୍ରାମ ଦେବଲି ଠାରେ ହେଲିକପ୍ଟରରେ ଆଣି ଛାଡ ଯାଇଥିଲା l ଯେଉଁଠାରେ ବିବାହ କାର୍ଯ୍ୟ ହୋଇଥିଲା ସେଥରେ ମଧ୍ୟ ଅସ୍ଥାୟୀ ଭାବରେ ହେଲିପ୍ୟାଡ଼ ପ୍ରସ୍ତୁତ କରାଯାଇଥିଲା l ତାଙ୍କ ଜେଜେମା ଅନେକ ଦିନ ତଳେ ଟିଭିରେ ଦେଖିଥିଲେ ଯେ ବର କନ୍ୟା ହେଲିକପ୍ଟର ଆସିଥିଲେ l ତେଣୁ ଜେଜେମା ମଧ୍ୟ ଚାହିଁଥିଲେ ଦୁଇ ନାତି ବିବାହ କରିବା ପରେ ନାତୁଣୀ ବୋହୁ ମାନେ ହେଲିକାପ୍ଟରେ ଆସନ୍ତୁ l ତାଙ୍କର ସେହି ଇଛା ଶେଷରେ ପୁରାଣ ହେଲା l