Odisha news

ଫୁଲବାଣୀର ସାମାଜିକ କର୍ମି ବରିଷ୍ଠ ନାଗରିକ ଏଲ.ତି୍ରନାଥ ପାତ୍ରଙ୍କ ଦେହାନ୍ତ

0

ଫୁଲବାଣୀ (Santosh Mishra) :  ଫୁଲବାଣୀର ଜଣେ ସାମାଜିକ କର୍ମୀ ତଥା ବରିଷ୍ଠ ନାଗରିକ ଏବଂ ଜଣେ ଦକ୍ଷ ସାଂଗଠନିକ ବ୍ୟକ୍ତିତ୍ୱର ଅଧିକାରୀ ଏଲ.ତି୍ରନାଥ ପାତ୍ରଙ୍କର ଦେହାନ୍ତ ହୋଇଯାଇଛି । ଆଜି ସକାଳ ୯.୩୦ ସମୟରେ ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ ଚିକିସôିତ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି ତାଙ୍କୁ ୭୫ ବର୍ଷ ବୟଷ ହୋଇଥିଲା । ମୃତୁ୍ୟ ଶଯ୍ୟାରେ ତାଙ୍କର ତିନି ପୁଅ ଏବଂ ଜଣେ ଝିଅ ଉପସ୍ଥିତ ଥିଲେ । ତାଙ୍କର ଏହି ଆକସ୍ମିକ ବିୟୋଗରେ ପରିବାର ସହିତ ଅଂଚଳରେ ଶୋକ ଛାୟା ଖେଳିଯାଇଛି । ସେ ଏକାଧାରରେ ଜଣେ ରାଜନେତା,ସମାଜସେବୀ ଏବଂ ଜଣେ ସୁନାମଧନ୍ୟ ସଂଗଠକ ଭାବରେ ଫୁଲବାଣୀ ସମେତ ସମଗ୍ର ଜିଲ୍ଲାରେ ପରିଚିତ ଥିଲେ ।

ଏଲ.ତି୍ରନାଥ ପାତ୍ର ୭୦ ଦଶକରେ ଫୁଲବାଣୀ ସହରରେ ଲୋକଙ୍କ ପାଇଁ ପିଇବା ପାଣି ଯୋଗାଣ ଦାବୀରେ ଅନଶନ କରିଥିବା ପ୍ରଥମ ବ୍ୟକ୍ତି ଥିଲେ । ଜନସଂଘ ଅମଳରୁ ସେ ଭାରତୀୟ ଜନତା ପର୍ଟିର ପ୍ରଥମିକ ସଦସ୍ୟ ଥିଲେ । ଫୁଲବାଣୀ ଏର.ଏସ.ଏସ ର ଜଣେ ପ୍ରଥମିକ ଓ ନିଷ୍ଠାପର ସ୍ୱଂୟ ସେବକ ଥିଲେ । ଫୁଲବାଣୀ ମା ନାରାୟଣୀ ଠାକୁରାଣୀ ଯାତ୍ରାର ମଧ୍ୟ ଜଣେ ସକି୍ରୟ ସଦସ୍ୟ ଭାବରେ କାର୍ଯ୍ୟ କରି ଆସିଥିଲେ ସେ ଫୁଲବାଣୀରେ ଜଣେ ଷ୍ଟାମ୍ପ ଭେଣ୍ଡର ଭାବରେ ଜୀବିକା ଆରମ୍ଭ କରିଥିଲେ । । ତାଙ୍କ ଦ୍ୱରା ପ୍ରତିଷ୍ଠିତ ପରମାର୍ଥ ସେବା ଅନୁଷ୍ଠାନ ଅଗ୍ରଗତିରେ ଥିବାବେଳେ ତାଙ୍କର ଏହି ଆକସ୍ମିକ ଦେହାନ୍ତରେ ଫୁଲବାଣୀରେ ବୁଦ୍ଧିଜୀବି,ସମାଜସେବୀ,ଏବଂ କନ୍ଧମାଳ ମିଳିତ ନାଗରିକ କମିଟି ପକ୍ଷରୁ ତାଙ୍କୁ ଗଭୀର ଶୋକ ବ୍ୟକ୍ତ ଏବଂ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି ।

Leave A Reply