ଆମେ ସମସ୍ତେ ଜାଣିଛୁ ଯେ ବିଭୀଷଣ ରାବଣର ଭାଇ ଥିଲେ ଓ ଜଣେ ଧର୍ମ ପ୍ରରାୟଣା ଦାନବ ହେବ ସହିତ ରାମଙ୍କର ବଡ଼ ଭକ୍ତ ଥିଲେ l ବିଭୀଷଣଙ୍କୁ କଣ ପାଇଁ ଘରର ଭେଦ କରିଥିବା କୁହାଯାଏ l ସମସ୍ତଙ୍କ ମନରେ ପ୍ରାୟତଃ ପ୍ରଶ୍ନ ଉଠେ କଣ ଧର୍ମର ରାସ୍ତାରେ ଚାଲିବ ଯୋଗୁ ତାଙ୍କୁ ଏହିପରି ଆଖ୍ୟା ଦିଆଯାଇଥିଲା l ସେ ଗୋଟିଏ ରାକ୍ଷସ ହୋଇ ମଧ୍ୟ ଧାର୍ମିକ ଥିଲେ l ସେ ନିଜ ଭାଇ ରାବଣ ଓ କୁମ୍ବକର୍ଣ୍ଣଙ୍କ ଭଳି ରାକ୍ଷସ କୂଳରେ ଜନ୍ମ ହୋଇଥିଲେ l ତାଙ୍କର ଜନ୍ମ ମହର୍ଷି ବିଶ୍ରବା ଓ ଅସୁର କନ୍ୟା କେକସିଙ୍କ ସଂଯୋଗରେ ହୋଇଥିଲା ,ତା ସହିତ କୁମ୍ଭକର୍ଣ୍ଣ ଓ ରାବଣଙ୍କ ଜନ୍ମ ମଧ୍ୟ ସେହିଭଳି ହୋଇଥିଲା l ତିନି ଭାଇ ବ୍ରହ୍ମାଙ୍କୁ ପ୍ରସନ କରିବା ପାଇଁ କଠୋର ତପସ୍ୟା କରିଥିଲେ l ରାବଣ ତ୍ରିଲୋକ ବିଜୟୀ ହେବ ପାଇଁ କୁମ୍ବକର୍ଣ୍ଣ ବ୍ରହ୍ମାଙ୍କୁ ନିଦ୍ରାସନ ମାଗିଥିଲେ l ଭିବିଷଣ ମଧ୍ୟ ନିଜର ତପସ୍ୟା ବଳରେ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ବରଦାନ ମାଗିଥିଲେ l
କୁମ୍ଭକର୍ଣ୍ଣ ନିଜର ଅଦ୍ଭୁତ ବରଦାନ କାରଣରୁ ୬ ମାସ ନିଦ୍ରାରେ ସୋଉଥିଲେ ଓ ୬ ମାସ ସଜାଗ ରହୁଥିଲେ l କିନ୍ତୁ ବିଭୀଷଣ ବ୍ରହ୍ମାଙ୍କୁ ବାର ମାଗିଥିଲେ ଯେ ସେ ସର୍ବଦା ଗୋଟିଏ ପାପରୁ ରହିତ ଆତ୍ମା ହେବାପାଇଁ ଚାହୁଁଛନ୍ତି l ରାବଣର ରାଜ ସଭାରେ ବିଭୀଷଣ କେବଳ ଗୋଟିଏ ଉପଦେଶ କାରକ ଭାବରେ ନିଯୁକ୍ତି ପାଇଥିଲେ l ନିଯୁକ୍ତି ପାଇଥିଲେ ମଧ୍ୟ ନିଜର ଧାର୍ମିକ ମନବୃତି ଯୋଗୁ ସେ ସବୁବେଳେ ରାବଣର କ୍ରୋଧର ଶିକାର ହେଉଥିଲେ l ରାବଣ ନିଜର ସୁନାର ଲଙ୍କା ଦ୍ୱାରା ତ୍ରିଲୋକରେ ରାଜତ୍ୱର କରିବାକୁ ଚାହୁଁଥିଲା l ତାର ରାକ୍ଷସ ସେନା ଦେବାଟା ଓ ରୁଷି ସମସ୍ତଙ୍କ ଉପରେ ଆକ୍ରମଣ କରି ଚଳୁଥିଲେ l ରାବଣ ବିଭୀଷଣର ନିଜ ଭାଇ ହୋଇଥିଲେ ସୁଦ୍ଧା ତାଙ୍କୁ ରାବଣର କୌଣସି କାର୍ଯ୍ୟକଳାପ ଭଲ ଲାଗୁନଥିଲା l ରାବଣ ଜେଟୀଏବେଳେ ସୀତାଙ୍କୁ ହରଣ କରିଥିଲେ ସେତେବେଳେ ବିଭୀଷଣ ପ୍ରଥମେ କହିଥିଲେ ରାଵଣଙ୍କୁ ତମର ଶେଷ ସମୟ ଆସିଗଲାଣି l କିନ୍ତୁ ଅହଂକାରୀ ରାବଣ ବିଭୀଷଣଙ୍କ କଥାକୁ ଅପ ହାସ୍ୟକାରୀ ଉଡାଇ ଦେଇଥିଲା l
ରାମ ଓ ରାବଣଙ୍କ ଯୁଦ୍ଧ ପୂର୍ବରୁ ବିଭୀଷଣ ସଭାରେ କହିଥିଲା ଯେ ରାବଣର କାର୍ଯ୍ୟ କଳାପ ଯୋଗୁ ଲଙ୍କା ପୁରୀ ନଷ୍ଟ ହୋଇଯିବ l କିନ୍ତୁ ରାବଣ ବିଭୀଷଣଙ୍କୁ ଅପମାନିତ କରି ଲଙ୍କାରୁ ବାହାରି ଯିବାକୁ କହିଥିଲା l ଏହାପରେ ବିଭୀଷଣ ରାମଙ୍କ ପାଖରେ ଯାଇ ପହଞ୍ଚିବାରୁ ସୁଗ୍ରୀବ ହନୁମାନଙ୍କର ଅପମାନର ପ୍ରତିଶୋଧ ବିଭୀଷଣଙ୍କ ପାଖରୁ ନେବାକୁ ଚାହିଁଥିଲେ l କିନ୍ତୁ ଭକ୍ତ ବତ୍ସାଳ ପ୍ରଭୁ ଶ୍ରୀରାମ ତାଙ୍କୁ ଏପରି କରିବାକୁ ମନା କରିଥିଲେ l ସେ କେବଳ ବିଭୀଷଣଙ୍କୁ ସାରଂ ଦେଇ ନଥିଲେ ବରଂ ସେ ଭବିଷ୍ୟତରେ ଲଙ୍କାର ଅଧିପତି ହେବେ ବୋଲି ସୂଚନା ଦେଇଥିଲେ l ବିଭୀଷଣ ଦେଖି ଆଶ୍ଚର୍ଯ୍ୟ ହେଲେ ଯେ ରାମଚନ୍ଦ୍ର ଗୋଟିଏ ଶତ୍ରୁର ଭାଇ ପ୍ରତି ଅମାପ ସ୍ନେହ ରଖିଛନ୍ତି l ତେଣୁ ସେ ଶ୍ରୀରାମଙ୍କ ଉଦେଶ୍ୟରେ ତାଙ୍କର ସାରା ଜୀବନ ଅର୍ପଣ କରି ଦେଇଥିଲେ l ଏହି କାରଣ ହୋଇ ଥିଲା ରାବଣର ମୃତ୍ୟୁର କାରଣ l