Odisha news

ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଚାକିରିରୁ ନିଲମ୍ବିତ

0

ଭୁବନେଶ୍ବର: ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଚାକିରିରୁ ନିଲମ୍ବିତ। ଅଭୟକାନ୍ତଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ଅଭୟକାନ୍ତ ପାଠକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଭିଜିଲାନ୍ସ ପକ୍ଷରୁ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ଆଜି ଗିରଫ କରାଯାଇଛି। ବାପ-ପୁଅଙ୍କୁ ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଲମ୍ବା ଜେରା ଓ ଡାକ୍ତର ପରୀକ୍ଷା ପରେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ବହୁ ବେନାମୀ ସମ୍ପତ୍ତି ସହ ଅନିୟମିତ କାର୍ଯ୍ୟର ଦସ୍ତାବିଜ ମିଳିଛି। ବନୀକରଣ କାର୍ଯ୍ୟରେ ବଡ଼ ସ୍କାମ୍ ଖୁଲାସା ହେବ।

Leave A Reply