Odisha news

ନଳକୂପରୁ ଦୂଷିତ ପାଣି ବାହାରିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

0
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ  ମଣ୍ଡାକିଆ ପଞ୍ଚାୟତର ୧୨ ନମ୍ବର ୱାର୍ଡ ଜାର୍ଗୀନାଯୁ ଗ୍ରାମରେ ପ୍ରାୟ ୨ଶହରୁ ୩ଶହ ଲୋକ ବସବାସ କରନ୍ତି |,ଏହି ଗ୍ରାମରେ ନା ଅଛି ଭଲ ନଳକୂପ ନା ଅଛି ଭଲ ରାସ୍ତା? ଗୋଟିଏ ନଳକୂପକୁ ହିଁ ଗ୍ରାମବାସୀ ଭରସା କରିଥାନ୍ତି  |ଏହି ନଳକୂପକୁ ଗ୍ରାମବାସୀ ୬ ବର୍ଷ ପୂର୍ବେ ଚର୍ଚ୍ଚର କିଛି ସହାୟତାରେ ନିର୍ମାଣ କରିଥିଲେ | ଏବେ ଦୂଷିତ ପାଣି ଆସୁଥିବାରୁ ନାଳରୁ ପାଣି ଆଣି ପିଅନ୍ତି ଯାହା ଦ୍ୱାରା ଏହି ପାଣି ପିଇବା ଯୋଗୁଁ ଲୋକମାନେ ଅନେକ ରୋଗରେ ପୀଡିତ ହେଉଛନ୍ତି |
ଦେଖିବାକୁ ଗଲେ ଅନେକ ସମସ୍ୟା ଦେଇ ଗତି କରିଥାନ୍ତି |ଏନେଇ ସରପଞ୍ଚ ସୁଷମା ପ୍ରଧାନକୁ ଲିଖିତ ଆକାରରେ ଦାବି କଲେ ମଧ୍ୟ୍ୟ କୋଣସି ସଫଳତା ମିଳିପାରୁନାହିଁ ଏବଂ ପ୍ରଶାସନକୁ ବାରମ୍ବାର ଗୁହାରି କଲେ ମଧ୍ୟ୍ୟ ପଦକ୍ଷେପ ନେଉନାହାନ୍ତି ବୋଲି ଏହି ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି | ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ଗ୍ରାମରେ ଏକ ନୂତନ ନଳକୂପ ଖନନ କରିବା ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି l
Leave A Reply