Odisha news

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଫାର୍ମା କମ୍ପାନି ଜାଇଡସ ଟିକା ‌ବିକାଶ ନେଇ ତଦାରଖ କରିବେ

0

ନୂଆଦିଲ୍ଲୀ: କୋଭିଡ-୧୯ ଟିକା ପ୍ରସ୍ତୁତି ପ୍ରକ୍ରିୟା ତଦାରଖ କରିବାକୁ ଆସନ୍ତାକାଲି ଫାର୍ମା କମ୍ପାନି ଜାଇଡସ କାରଖାନାକୁ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅହମ୍ମଦାବାଦରେ ଥିବା ଜାଇଡସ କାଡିଲାର କାରଖାନାକୁ ଯାଇ ପ୍ରଧାନମନ୍ତ୍ରୀ ଟିକା ‌ବିକାଶ ନେଇ ତଦାରଖ କରିବେ ବୋଲି ଜଣା ପଡ଼ିଛି। ଗୁଜୁରାଟର ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲ ଆଜି ଏହି ସୁଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସକାଳ ୯ଟା ୩୦ମିନିଟରେ କାରଖାନାରେ ପହଞ୍ଚି ଟିକା ପ୍ରସ୍ତୁତି ପ୍ରକ୍ରିୟା ତଦାରଖ କରିବେ ବୋଲି ଜଣା ପଡ଼ିଛି। ଏହା ପୂର୍ବରୁ ସିରମ୍ ଇନଷ୍ଟିଚ୍ୟୁଟ୍ ଯେଉଁ ଟିକା ପ୍ରସ୍ତୁତ କରୁଛି ତାହାର ତଦାରଖ କରିବାକୁ ୨୮ ନଭେମ୍ବର ଦିନ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବେ ବୋଲି ସୂଚନା ମିଳିଥିଲା।

ଆଶା କରାଯାଉଛି କି ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପାଇଁ କିଛି ଘୋଷଣା କରିପାରନ୍ତି। ଜାଇଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଟିକରେ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲୁଥିବା ବେଳେ ସିରମ୍ ଇନଷ୍ଟିଚ୍ୟୁଟ୍ ର କୋଭିସିଲ୍ଡ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲୁ ରହିଛି।

Leave A Reply