Odisha news

ହାଓଡ଼ା-ସିକନ୍ଦରାବାଦ, ଶାଲୀମାର-ସିକନ୍ଦରାବାଦ ଏବଂ ବିଶାଖାପାଟଣା-ବିଜୟୱାଡା ସ୍ୱତନ୍ତ୍ର ଟ୍ରେନ ପରିବର୍ତିତ ସମୟରେ ଚଳାଚଳ କରିବ

0

ପରିଚାଳନାଗତ ଦୃଷ୍ଟିକୋଣରୁ ଏବଂ ଯାତ୍ରୀ ମାନଙ୍କର ସୁବିଧା ପାଇଁ, ନିମ୍ନଲିଖିତ ଅନୁଯାୟୀ ହାଓଡ଼ା-ସିକନ୍ଦରାବାଦ-ହାଓଡ଼ା, ଶାଲୀମାର-ସିକନ୍ଦରାବାଦ-ଶାଲୀମାର ଏବଂ ବିଶାଖାପାଟଣା-ବିଜୟୱାଡା-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ଗୁଡିକ ପରିବର୍ତିତ ସମୟରେ ଚଳାଚଳ ପାଇଁ ନିମ୍ନଲିଖିତ ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି …

ଉଭୟ ପାର୍ଶ୍ୱରୁ ଡିସେମ୍ବର ମାସ ପହିଲା ଠାରୁ ୦୨୭୦୪/୦୨୭୦୩ ସିକନ୍ଦରାବାଦ-ହାଓଡ଼ା-ସିକନ୍ଦରାବାଦ ବିଶେଷ ଟ୍ରେନ ପରିବର୍ତିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ | ଏହି ଟ୍ରେନ ସିକନ୍ଦରାବାଦ ଠାରୁ ଅପରାହ୍ନ ୩ଘ.୫୫ମି.ରେ ଛାଡି ହାଓଡ଼ା ଠାରେ ତା’ପରଦିନ ଅପରାହ୍ନ ୫ଘ.୪୦ମି.ରେ ପହଞ୍ଚିବ | ଫେରିବା ମାର୍ଗରେ ଏହି ଟ୍ରେନ ହାଓଡ଼ା ଠାରୁ ପୂର୍ବାହ୍ନ ୮ଘ.୩୫ମି.ରେ ଛାଡି ସିକନ୍ଦରାବାଦ ଠାରେ ତା’ପରଦିନ ପୂର୍ବାହ୍ନ ୧୦ଘ.୧୦ମି.ରେ ପହଞ୍ଚିବ | ଏହି ଟ୍ରେନ ପାଇଁ ସ୍ଥିରୀକୃତ ରହଣି ଷ୍ଟେସନ ମାନଙ୍କଠାରେ ସମୟରେ ପରିବର୍ତ୍ତନ କରାଯାଇଅଛି |

ଡିସେମ୍ବର ମାସ ପହିଲା ଠାରୁ ସିକନ୍ଦରାବାଦ ଠାରୁ ଏବଂ ଡିସେମ୍ବର ମାସ ୨ ତାରିଖ ଠାରୁ ଶାଲୀମାରରୁ 02774/02773 ଶାଲୀମାର-ସିକନ୍ଦରାବାଦ-ଶାଲୀମାର ବିଶେଷ ଟ୍ରେନ ସଂଶୋଧିତ ସମୟ ସାରଣୀରେ ଚଳାଚଳ କରିବ | ଏହି ଟ୍ରେନ ସିକନ୍ଦରାବାଦ ଠାରୁ ପ୍ରତି ମଙ୍ଗଳବାର ଦିନ ଭୋର ୩ଘ.୫୫ମି.ରେ ଛାଡି ଶାଲୀମାର ଠାରେ ତା’ପରଦିନ ସକାଳ ୬ଘ.୦୫ମି.ରେ ପହଞ୍ଚିବ | ଫେରିବା ମାର୍ଗରେ ଏହି ଟ୍ରେନ ଶାଲୀମାର ଠାରୁ ଅପରାହ୍ନ ୪ଘ.୧୦ମି.ରେ ଛାଡି ସିକନ୍ଦରାବାଦ ଠାରେ ତା’ପରଦିନ ସନ୍ଧ୍ୟା ୬ ଘଟିକାରେ ପହଞ୍ଚିବ | ଏହି ଟ୍ରେନ ପାଇଁ ସ୍ଥିରୀକୃତ ରହଣି ଷ୍ଟେସନ ମାନଙ୍କଠାରେ ସମୟରେ ପରିବର୍ତ୍ତନ କରାଯାଇଅଛି |

ଡିସେମ୍ବର ମାସ ପହିଲା ଠାରୁ 02718/02717 ବିଜୟୱାଡା-ବିଶାଖାପାଟନମ୍-ବିଜୟୱାଡା ବିଶେଷ ଟ୍ରେନ ବିଜୟୱାଡା ଠାରୁ ସକାଳ ୦୬ଘ.୧୫ମି.ରେ ଛାଡି ବିଶାଖାପାଟନମ୍ ରେ ଅପରାହ୍ନ ୧୨ଘ.୨୦ମି.ରେ ପହଞ୍ଚିବ ଏବଂ ବିଶାଖାପାଟନମ୍ ଠାରୁ ଅପରାହ୍ନ ୧୨ଘ.୫୫ମି.ରେ ଛାଡି ବିଜୟୱାଡା ଠାରେ ସନ୍ଧ୍ୟା ୭ଘଟିକାରେ ପହଞ୍ଚିବ | ଏହି ଟ୍ରେନ ପାଇଁ ସ୍ଥିରୀକୃତ ରହଣି ଷ୍ଟେସନ ମାନଙ୍କଠାରେ ସମୟରେ ପରିବର୍ତ୍ତନ କରାଯାଇଅଛି |

 

Leave A Reply