Odisha news

“ସ୍ୱୀକୃତି” ମାଧ୍ୟମରେ କିନ୍ନର ମାନେ ସୁଦୃଢ ହୋଇ ଆତ୍ମନିର୍ଭରଶୀଳ ହେବେ

0

ଫୁଲବାଣୀ(Santosh Mishra) :  କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସ୍ୱାତୀ କାର୍ଯ୍ୟାଳୟ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ର ମିଳିତ ସହଯୋଗରେ କିନ୍ନର ମାନଙ୍କ ସାମାଜିକ ସମାନତା ଓ ସଶକ୍ତିକରଣ ନିମନ୍ତେ “ସ୍ୱୀକୃତି” ନାମକ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ସମ୍ବନ୍ଧୀୟ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା ।

ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀ ଯୋଗଦେଇ କିନ୍ନର ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବା ନିମନ୍ତେ ଉସôାହିତ କରିବା ସହିତ ସ୍ୱୀକୃତି କାର୍ଯ୍ୟକ୍ରମକୁ ସୁଦୃଢ କରି ଆମେ ସମସ୍ତେ ଆତ୍ମ ନିର୍ଭର ହୋଇ ଆଗାମୀ ଦିନରେ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିପାରିବା ବୋଲି ମତବ୍ୟକ୍ତ କରିଥିଲେ ।

ତତ୍ ସହିତ ସମସ୍ତ କିନ୍ନର ମାନଙ୍କୁ ଏକଜୁଟ କରି ସ୍ୱୟଂ ସହାୟକ ଦଳ ଗଠନ କରିବା ଓ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ଆର୍ଥୀକ ସହାୟତା , ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ୟାକୁ ସଠିକ୍ ଭାବରେ ପ୍ରକାଶ କରିବା ଓ ବ୍ୟବହାରିକ ପରିବର୍ତନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସେଠୀ ପ୍ରକାଶ କରିଛନ୍ତି । ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୋଦ କୁମାର ବଡସେଠ କର୍ଯ୍ୟକ୍ରମରେ ଯୋଗଦେଇ କିନ୍ନର ମାନଙ୍କର ଏକତା, ସାମାଜିକ ସୁରକ୍ଷା, ସମାଜରେ ସମାନତା ଅଧିକାର ସମ୍ବନ୍ଧରେ ଆଲୋଚନା କରି ସମ୍ମାନର ସହିତ ସମାଜରେ ବଂଚିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ କିନ୍ନର ମାନଙ୍କର ଏକତା ସ୍ୱୟଂ ସହାୟକ ଦଳ ମାଧ୍ୟମରେ ବୃଦ୍ଧି ହେବା ସହିତ ସେମାନେ ସମାଜରେ ସମ୍ମାନର ସହିତ ବଂଚିବା ନିମନ୍ତେ ନିଜେ ଆତ୍ମନିର୍ଭରଶୀଳ ହେବେ ଓ ସେମାନଙ୍କର ଅଧିକାର ସମ୍ପର୍କରେ ସ୍ୱରୋତଳନ କରିପାରିବେ ବୋଲି ଫୁଲବାଣୀ କିନ୍ନର ମହାସଂଘର ମୁଖ୍ୟ ପାୟଲ କିନ୍ନର କହିଛନ୍ତି ।

ତତ୍ସହିତ ଜିଲ୍ଲାର ୮ ଗୋଟି ବ୍ଲକ୍ରୁ ଆସିଥିବା କିନ୍ନର ସଂଘର ମୁଖ୍ୟ ବିଷ୍ଣୁପ୍ରିୟା କିନ୍ନର, ଜିନା କିନ୍ନର, ନିରଞ୍ଜନ ସାହୁ, ମିନୁ ସାହୁ, ପୂର୍ଣିମା ହଂସ, ରଶ୍ମୀ କିନ୍ନର ଆଦି ସେମାନଙ୍କ ନିଜ ନିଜ ଅଂଚଳର ସେମାନଙ୍କୁ ନେଇ ଘଟୁଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ଓ ଆଗାମୀ ଦିନ ମାନଙ୍କରେ ଏହି ସମସ୍ୟାକୁ ବିଭିନ୍ନ ଅଧିକାରୀଙ୍କ ନିକଟରେ ଉପସ୍ଥାପନା କରିବା ନିମନ୍ତେ ଆଲୋଚନା କରିଥିଲେ । ସ୍ୱାତୀର ପ୍ରକଳ୍ପ ସଂଯୋଜକ ପ୍ରଦୀପ କୁମାର ସ୍ୱାଇଁ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ସମ୍ପର୍କରେ ଧାରଣା ଦେଇଥିଲେ । କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଶଙ୍କର ନାରାୟଣ ମହାନ୍ତି ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply