Odisha news

ମାଲିକ ହେଵତ ଏମିତି : କର୍ମଚାରୀ ମାନଙ୍କୁ କରିଦେଲେ କୋଟିପତି

0

ନୂଆଦିଲ୍ଲୀ : ମାଲିକ ହେଵତ ଏମିତି ,ଯିଏ ନିଜର ଓ କମ୍ପାନୀର ଲାଭ ସହିତ କର୍ମଚାରୀ ମାନଙ୍କ ଲାଭ ବିଷୟରେ ଚିନ୍ତା କରିଥାଏ l ବ୍ରିଟେନର ଜଣେ ବ୍ୟବସାୟୀ ନିଜ କମ୍ପାନୀର ପ୍ରଫିଟ ସେୟାରକୁ ନିଜ କର୍ମଚାରୀ ମାନଙ୍କ ମଧ୍ୟରେ ବାନ୍ତି ଦେଇଛନ୍ତି l ବର୍ତ୍ତମାନ ତାଙ୍କ କମ୍ପାନୀର ଅଧିକାଂଶ କର୍ମଚାରୀ କୋଟିପତି ହୋଇଯାଇଛନ୍ତି l ବ୍ୟବସାୟୀ ଜଣଙ୍କ ଏହି କାର୍ଯ୍ୟ ସେତେବେଳେ କଲେ ଯେତେବେଳେ କମ୍ପାନୀର ସସଇଆର ଦ୍ରୁତ ଗତିରେ ବଢିଯାଇଥିଲା ଓ କମ୍ପାନୀର ଖୁବ ଅଧିକ ଲାଭ ହୋଇଥିଲା l ବ୍ରିଟେନର ଏହି କମ୍ପନିଟିର ନାମ ହେଉଛି ଦ ହଟ୍ ଗ୍ରୁପ l ଏହାର ମାଲିକ ହେଉଛନ୍ତି ମ୍ୟାଥିୟୁ ମୋଲ୍ଡ଼ିଂଙ୍ଗ l

ସେ ନିଜ କମ୍ପାନୀର ଲାଭରୁ ୮୩୦ ମିଲିୟନ ପାଉଣ୍ଡ ଯାହା ଭାରତୀୟ ମୁଦ୍ରାରେ ୮ ହଜାର ୧୮୩ କୋଟି ଟଙ୍କା ଅଟେ ତାହାକୁ ନିଜ କର୍ମଚାରୀ ମଧ୍ୟରେ ବାଣ୍ଟି ଦେଇଛନ୍ତି l ସେ ଏକ ସ୍କିମ୍ ଚଳାଇଥିଲେ ,ସେହି ସ୍କିମ୍ ଟି କର୍ମଚାରୀ ମାନଙ୍କ ପାଇଁ ଉପଲବ୍ଧ ଥିଲା l ଏହି ସ୍କିମ୍ ଦ୍ୱାରା ସେହି କର୍ମଚାରୀ ମାନଙ୍କୁ ଲାଭ ମିଳିଲା ଯେଉଁମାନେ କେବେବି ଏହି ବୀୟସୟରେ ଚିନ୍ତା କରି ନଥିଲେ l ମ୍ୟାଥିୟୁଙ୍କର ବ୍ୟକ୍ତିଗତ ସଚିବ ମଧ୍ୟ ଏହାର ସୁବିଧା ପାଇଛନ୍ତି ,ସେ କହିଛନ୍ତି ଅଟେ ପଇସା ମିଳିଲା ଯେ ଯାହା ଦ୍ୱାରା ମୁଁ ୩୬ ବର୍ଷ ବୟସରେ ଅବସର ନେଇ ସାରା ଜୀବନ ଆରାମରେ ରହିବି l ସ୍ଥାନୀୟ ଏକ ଖବର କାଗଜକୁ ସାକ୍ଷାତ କରୁ ମ୍ୟାଥିୟୁ କହିଲେ ମୁଁ ନିଜ କମ୍ପାନୀର ଲାଭ ସମସ୍ତଙ୍କୁ ବାଣ୍ଟିବାକୁ ଚାହିଁଲି l

କାରଣ ମାଲିକଙ୍କ ବ୍ୟତୀତ ମଧ୍ୟ କର୍ମଚାରୀ ମାନେ ଖୁସି ହେବାର ହକ ରଖିଛନ୍ତି l କାହିଁକିନା କର୍ମଚାରୀ ମାନେ ଖୁସି ହେଲେ ମୋ କମ୍ପାନୀର ଅନେକ ଉନ୍ନତି ହେବ l ମ୍ୟାଥିୟୁଙ୍କ କମ୍ପାନୀ ଗୋଟିଏ ଅନଲାଇନ ବ୍ୟବସାୟର କମ୍ପାନୀ ଅଟେ l ମ୍ୟାଥିୟୁ ଜିମ୍ କରିବାର ସଉକ ରଖିଛନ୍ତି ଓ ସେ ନିଜର ଫିଟ୍ନେସ ପ୍ରତି ବେଶ ସଚେତନ ଅଟନ୍ତି l ତାଙ୍କ କମ୍ପାନୀ ସାରା ବିଶ୍ୱରେ ୧୬୪ ଟି ଦେଶରେ କାମ କରୁଛି l ଚଳିତ ବର୍ଷ ମ୍ୟାଥିୟୁଙ୍କର ନାମ ବିଶ୍ୱର ଧନୀବ୍ୟକ୍ତି ତାଲିକା ଫୋର୍ବସ ରେ ପ୍ରଥମଥର ଦେଖିବାକୁ ମିଳିଥିଲା l ସେୟାର ସ୍କିମ୍ ଦ୍ୱାରା କମ୍ପାନୀର ପାଖାପାଖି ୨୦୦ କର୍ମଚାରୀଙ୍କୁ ସିଧାସଳଖ ଲାଭ ମିଳିଲା l ଯାହା ଦ୍ୱାରା ସେମାନେ କୋଟିପତି ହୋଇ ଗଲେ l

Leave A Reply