ନୂଆଦିଲ୍ଲୀ : ଭାରତୀୟ ମୂଳର ନିୟୁଜଲାଣ୍ଡ ନିବାସୀ ଡ଼.ଗୌରବ ଶର୍ମା ନିୟୁଜଲାଣ୍ଡ ସଂସଦରେ ସଂସ୍କୃତ ଭାଷାରେ ଶପଥ ନେଲେ l ୩୩ ବର୍ଷୀୟ ଗୌରବ ହିମାଚଳ ପ୍ରଦେଶର ହମିର ପୁର ନିବାସୀ ଅଟନ୍ତି l ନିକଟରେ ହୋଇଥିବା ନିୟୁଜଲାଣ୍ଡର ମତଦାନରେ ଲେବର ପାର୍ଟିର ଟିକଟରୁ ଦକ୍ଷିଣ ହେମିଲଟନରୁ ଜିତିଛନ୍ତି l ନିୟୁଜଲାଣ୍ଡରେ ରହୁଥିବା ଭାରତର ଉଚ୍ଚାୟୁକ୍ତ ମୁକ୍ତେସ ପରଦେଶୀ ଟ୍ୱିଟ କରି କହିଛନ୍ତି ଯେ ଗୌରବ ପ୍ରଥମେ ନିୟୁଜଲାଣ୍ଡର ସ୍ଥାନୀୟ ମାଉରି ଭାଷାରେ ଶପଥ ନେଇଥିଲେ ,ଏହାପରେ ସେ ସଂସ୍କୃତ ଭାଷାରେ ଶପଥ ନେଲେ l
ଗୌରବ ନିଜକୁ ଗୋଟିଏ ଭାରତୀୟ ଭାବରେ ପ୍ରତିପାଦନ କରି ପାରିଛନ୍ତି l ସେ କହିଛନ୍ତି ଯେ ଗୌରବଙ୍କର ଏହି ପଦକ୍ଷପ ଭାରତ ଓ ନିୟୁଜଲାଣ୍ଡର ସାଂସ୍କୃତିକ ଗନ୍ତାଘର ପ୍ରତି ସମର୍ପଣ ରହିଥିବା ଦେଖା ଯାଇଛି l ଗୌରବ ପେସାରେ ଜଣେ MBBS ଡାକ୍ତର ଅଟନ୍ତି l ସେ ଅକଲ୍ୟାଣ୍ଡରୁ ଡାକ୍ତରୀ ପାସ କରିଛନ୍ତି l ଏହାପରେ ସେ ୱାସିଂଟନରୁ MBA ପାସ କରିଥିଲେ l ବର୍ତମାନ ସେ ନିୟୁଜଲାଣ୍ଡର ହେମିଲଟନରେ ଏକ ଘରୋଇ ନର୍ସିଙ୍ଗ ହୋମରେ ଡାକ୍ତର ଭାବରେ କାର୍ଯ୍ୟରତ l
ଏହା ପୂର୍ବରୁ ସେ ଜନସ୍ୱାସ୍ଥ୍ୟ ପଲିସ ଓ ଔଷଧୀୟ ଫାର୍ମରେ ମଧ୍ୟ ଜନହିତକର କାର୍ଯ୍ୟ କରି ସାରିଛନ୍ତି l ସେ ନିଜ ସେବାରେ ନିୟୁଜଲାଣ୍ଡ ,ସ୍ପେନ ,ଆମେରିକା ,ନେପାଳ ,ଭିଏତନାମ ,ମଙ୍ଗୋଲିଆ ,ସୁଇଓଜରଲାଣ୍ଡ ଓ ଭାରତରେ ମଧ୍ୟ ଅନେକ ଜନସଚେତନା କାର୍ଯ୍ୟ କରିଛନ୍ତି l ସେ ସଂସ୍କୃତରେ ଶପଥ ନେବା ପରେ ସମସ୍ତେ କହିଥିଲେ ଯେ ଭାରତ ଗୋଟିଏ ବହୁଭାଷିର ଦେଶ l ଏଠାରେ ଯେତେଗୁଡ଼ିଏ ଭାଷା ବ୍ୟବହାର ହୁଏ ସବୁ ଗୁଡିକ ଭାଷାର ମୂଳ ହେଉଛି ସଂସ୍କୃତ ଭାଷା l ତେଣୁ ଗୌରବ ସଂସ୍କୃତ ଭାଷାରେ ଶପଥ ନେଇଛନ୍ତି l ଏହି ଭାଷା ତାଙ୍କୁ ଭାରତୀୟ ହେବାର ଗୌରବ ଦେଇଛି l