ଜଗତସିଂହପୁର୨୬ା୧୧: ଜଗତସିଂହପୁର ଏସ୍ଭିଏମ୍ କଲେଜ ପରିଚାଳନା କମିଟିର ପ୍ରାକ୍ତନ ପ୍ରତିଷ୍ଠାତା ସଭାପତି, ବିଶିଷ୍ଟ ଜନନାୟକ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ୍ ବୀରେନ୍ ମିତ୍ରଙ୍କର ୧୦୩ ତମ ଜୟନ୍ତୀ ଆଜି ଜଗତସଂହପୁର ସାରସ୍ୱତ ପରିଷଦ ପକ୍ଷରୁ ସ୍ଥାନୀୟ ତରଡାପଡାସ୍ଥିତ ଆଇ.ଟି.ଆଇ ପରିସରରେ ପାଳିତ ହୋଇଯାଇଛି । ଏହି ସଭାରେ ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଅଧ୍ୟକ୍ଷତା କରି ତାଙ୍କ ବକ୍ତବ୍ୟରେ ସ୍ୱର୍ଗତ୍ ବୀରେନ ମିତ୍ର ସାଧାରଣ ଜନତାର ସୁଖଦୁଃଖର ସାଥି ଥିଲେ ବୋଲି କହିବା ସହ ତାଙ୍କ ପରି ଜନନେତା ଆଜିର ଦୁନିଆରେ ବିରଳ ବୋଲି ମତଦେଇ ଥିଲେ ।
ସେହିପରି ଆଇ.ଟି.ଆଇର ନିଦେ୍ର୍ଦଶକ ରଶ୍ମୀରଞ୍ଜନ ମିଶ୍ର କହିଥିଲେ ଯେ, ସ୍ୱର୍ଗତ ବୀରେନ୍ ମିତ୍ର ୧୯୪୨ ମସିହା ଭାରତ ଛାଡ ଆନେ୍ଦାଳନରେ ଯୋଗ ଦେଇ କାରାବରଣ କରିଥିଲେ । ଏପରକି ଜମିଦାର ପରିବାରରେ ଜନ୍ମ ନେଇ ବି ଜମିଦାରୀ ହଟାଅ ଆନେ୍ଦାଳନରେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ସୂରଜ ପଣ୍ଡା,ଶିକ୍ଷକ ପ୍ରକାଶ ଲେଙ୍କା ଓ ସୁଶ୍ରୀ ଅଞ୍ଜୁଷା ଆଲୋଚନାରେ ଅଂଶ ଗ୍ରହଣ କରି ବୀରେନ ମିତ୍ର ଏମିତି ଜଣେ ନେତା ଥିଲେ ଯାହାଙ୍କ ଘର ସମସ୍ତଙ୍କ ପାଇଁ ଖୋଲା ରହୁଥିଲା ଓ ଯିଏ ଯେତେବେଳେ ଚାହୁଁଥିଲା ତାଙ୍କୁ ଭେଟି ପାରୁଥିଲା । ଶେଷରେ ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।