Odisha news

ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଙ୍ଘ କଟକ ଉତ୍ତରମଣ୍ଡଳ କେନ୍ଦ୍ରାପଡା ଶାଖାର ଏକଦିବସୀୟ ଧର୍ମଘଟ

0

କେନ୍ଦ୍ରାପଡା, ୨୬/୧୧ – ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଙ୍ଘ କଟକ ଉତ୍ତରମଣ୍ଡଳ କେନ୍ଦ୍ରାପଡା ଶାଖା ଓ ଜାତୀୟ ଡାକ କର୍ମଚାରୀ ଫେଡେରେସନର ମିଳିତ ଆନୁକୁଲ୍ୟରେ ଗୁରୁବାର କେନ୍ଦ୍ରାପଡା ମୁଖ୍ୟ ଡାକଘର ସମ୍ମୁଖରେ ଏକ ଦିବସୀୟ ଧର୍ମଘଟ ଅନୁଷ୍ଠିତ ହୋଇଯାଇଛି । ଡାକ କର୍ମଚାରୀଙ୍କ ଡିଏକୁ ବନ୍ଦ କରାଯିବା, ସମସ୍ତ କର୍ମଚାରୀଙ୍କ ପାଇଁ ନୂତନ ପେନସନ ସ୍କିମ ବନ୍ଦ କରାଯାଇ ପୁରୁଣା ପେନସନ ସ୍କିମ ଲାଗୁ କରାଯିବା, ଡାକ ବିଭାଗର ଘରୋଇକରଣକୁ ବନ୍ଦ କରାଯିବା ଓ ଡାକ ଡିଭିଜନକୁ ୫ଟି କରପୋରେଟ ସେକ୍ଟରରେ ପରିଣତ କରାଯିବାକୁ ବନ୍ଦ କରାଯିବା, ସମସ୍ତ ଖାଲି ଥିବା ପଦବୀକୁ ପୁରଣ କରାଯିବା, ଡାକ ବିଭାଗର ସମସ୍ତ ଅପରେସନ କାର୍ଯ୍ୟଳୟରେ ସପ୍ତାହକୁ ୫ଦିନ କାର୍ଯ୍ୟ ଦିବସ କରାଯିବା, ଜି.ଡି.ଏସ.କର୍ମଚାରୀଙ୍କୁ ସିଭିଲ ସର୍ଭିସର ଷ୍ଟାଟସ ପ୍ରଦାନ କରାଯିବା, କୋଭିଡ-୧୯ ସମୟର ଅନୁପସ୍ଥିତିକୁ ସ୍ୱତନ୍ତ୍ର ଛୁଟି ଭାବେ ବିବେଚନା କରାଯିବା ପ୍ରଭୃତି ଦାବୀରେ ସଙ୍ଘ ପକ୍ଷରୁ ଏହି ଦିନିକିଆ ଧର୍ମଘଟ କରାଯାଇଛି । ଅଖିଳ ଭାରତୀୟ ଡାକ କର୍ମଚାରୀ ସଙ୍ଘର ଗ୍ରୁପ-ସି କଟକ ଉତ୍ତର ମଣ୍ଡଳର ଡିଭିଜନାଲ ସମ୍ପାଦକ ଶାରଦା ପ୍ରସାଦ ଦାସ ଓ ସଭାପତି ପ୍ରଭାକର ବେହେରା ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଧର୍ମଘଟରେ ଜି.ଡି.ଏସ. ଏନ.ଏ.ପି. ସମ୍ପାଦକ ଅଶୋକ କୁମାର ପଣ୍ଡା, ଜି.ଡି.ଏସ.(ଏ.ଆଇ..ଜି.ଡି.ଏସ.ୟୁ.) ର ସମ୍ପାଦକ ବିଜୟ କିଶୋର ଦାସ, ଗ୍ରୁପ ସିର କୋଷାଧ୍ୟକ୍ଷ ହିମାଂଶୁ ଶେଖର ନାୟକ, ଅନିଲ କୁମାର ଘଡେଇ, ସୂର୍ଯ୍ୟକାନ୍ତ ସାମଲ, ଶ୍ରୀଧର ସାହୁ, ନିକେତନ ଜେନା, ନିର୍ମଳ ଚନ୍ଦ୍ର ସିଂ, ହରିହର ମହାନ୍ତି, ଗିରିଜାକାନ୍ତ ମହାନ୍ତି ପ୍ରମୁଖ ବହୁ ଡାକ କର୍ମଚାରୀ ଯୋଗ ଦେଇଥିଲେ ।

Leave A Reply