Odisha news

ଶବରଖି ରାସ୍ତା ଅବରୋଧ ଘଟଣାରେ ଡାକ୍ତର ନିଯୁକ୍ତି ପରେ ରାସ୍ତା ଅବରୋଧ ହଟିଲା

0
ନର୍ଲା (ଦୀପକ କୁମାର ଠାକୁର)ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟଣାରେ ପରିବାର ଲୋକେ ରାଜରାସ୍ତାରେ ଶବରଖି ରାସ୍ତା ଅବରୋଧ କରିଥିଲେ। ନର୍ଲା ଗ୍ରାମର ଜୟନ୍ତୀ ନଗରପଡାର କୈବଲ୍ୟ ସେନାପତିଙ୍କ ପୁଅ ମନୋଜ ସେନାପତି( ୧୨) ଗତ ବୁଧବାର ବିଳମ୍ବିତ ରାତିରେ ପେଟ ବ୍ୟଥା ହେବାରୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପରିବାର ଲୋକେ ଆଣିଥିଲେ। ଡାକ୍ତର ଖାନାରେ ଇନଚାର୍ଜ ଡାକ୍ତର ଅନୁପସ୍ଥିତ ଥିବାରୁ ଜଣେ ନର୍ସ ପେଟ ବ୍ୟଥାର ଉପଷମ ପାଇଁ ଇଞ୍ଜେକସନ ଦେଇ ଘରକୁ ପଠାଇ ଦେଇଥିଲେ। ତେବେ ଘରକୁ ଯିବାର କିଛି ସମୟ ପରେ ମନୋଜଙ୍କ ସ୍ଵାସ୍ଥ୍ୟ ଅଧିକ ଗୁରୁତର ହେବାରୁ ପୁଣି ଡାକ୍ତରଖାନାକୁ ଆଣିଥିଲେ। ଇଞ୍ଜେକସନ ଦେବାରୁ ରୋଗୀ ବେହୋସ୍ ହେବା ଓ ପରେ ଡାକ୍ତରଖାନାରେ ମୃତ୍ୟୁ ବରଣ ହେବା  ପରିବାର ଲୋକେ ଅଭିଯୋଗ ଆଣି କ୍ଷତି ପୂରଣ ଦାବି ସହ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନିଯୁକ୍ତି ପାଇଁ ଶବରଖି ରାସ୍ତା ଅବରୋଧ କରିଥିଲେ।ଦିବା ୨ ଘଣ୍ଟା ସମୟରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆସି ଦୁଇ ଗୋଟି ଡାକ୍ତର ନିଯୁକ୍ତି ପାଇଁ ପ୍ରତିଶ୍ରୁତି ସହ ନର୍ଲା ବିଡ଼ିଓ ବ୍ୟାସଦେବ ବେହେରା, ନର୍ଲା ଆଇଆଇସି ରମଣୀ ରଂଜନ ଦଳେଇ, ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୈ।ଡିଆ ଓ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୃତ ପରିବାରର ସଦସ୍ୟଙ୍କୁ ୪୦,୦୦୦ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଥିଲା।
Leave A Reply